ବିଦ୍ୟାଳୟ ହାଇଜେନିକ ଲ୍ୟାଟିନ ପ୍ଳେଟ ଭାଙ୍ଗିବା ଘଟଣା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ହିଞ୍ଜିଳି ଯୁବ କଂଗ୍ରେସ

Share:

ଗଞ୍ଜାମ :29/8/2021 ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ୪୮ଟି ଉଚ୍ଚ ବିଦ୍ୟାଳୟ ସମେତ ୨ଟି ଆଦର୍ଶ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । ୫୦ଟି ରୁପାନ୍ତରଣ ବିଦ୍ୟାଳୟ ମଧ୍ୟରୁ ୪ଟି ପର୍ଯ୍ୟାୟରେ ୪୦ଟି ବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ଶେଷ ହୋଇଛି । ଗତ ୨୩ ତାରିଖରେ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଭଗବତୀ ବିଦ୍ୟାପିଠର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୭ ତାରିଖରେ ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ଜୈନିକା ଛାତ୍ରୀ ବିଦ୍ୟାଳୟ ପରିସରସ୍ଥ ନବ ନିର୍ମିତ ଅତ୍ୟାଧୁନିକ ଶୌଚାଳୟକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସଂପୃକ୍ତ ହାଇଜେନିକ ଲ୍ୟାଟିନ ଡ଼ିଭାଇଡ଼େସନ ପ୍ଳେଟ ଭାଙ୍ଗି ଯାଇଥିଲା । ହେଲେ ଅଳ୍ପକେ ଛାତ୍ରୀ ଜଣକ ରକ୍ଷା ପାଇଥିଲେ । ଉକ୍ତ ହାଇଜେନିକ ଲ୍ୟାଟିନ ପ୍ଳେଟ ଭାଙ୍ଗିବା ଘଟଣା ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଡ଼ିଓ ସୁବ୍ରତ କୁମାର ଜେନା ତୁରନ୍ତ ବିଦ୍ୟାଳୟ ହାଇଜେନିକ ଲ୍ୟାଟିନ ପ୍ଳେଟ ପୁନଃ ତିଆରି କରିଥିଲେ । ନିର୍ମମାନର କାର୍ଯ୍ୟ କରାଯାଇଥିବା ନେଇ ରବିବାର ହିଞ୍ଜିଳି ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ପୌରାଂଚଳ ହିଞ୍ଜିଳି କନକଦୁର୍ଗା ମନ୍ଦିର କୋଠଘର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯୁବ କଂଗ୍ରେସ ନେତା କହ୍ନେୟାଲାଲ ସାବତ ଘଟଣାକୁ ନିନ୍ଦା କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନିତି ଚରମ ସୀମାରେ ପଂହଚିଥିବା ବେଳେ ଭିଜିଲାନ୍ସ ବିଭାଗ ନିରବଦ୍ରଷ୍ଟା ସାଜୁଥିବା ଅଭିଯୋଗ କରିଛନ୍ତି । ଯନ୍ତ୍ରୀ – ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଛି, ସଂପୃକ୍ତ କାର୍ଯ୍ୟରେ ନିୟୋଜିତ ଠିକାଦାର, ଯନ୍ତ୍ରୀ ଓ ପ୍ରକଳ୍ପ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସ୍ଥାନୀୟ ଅଂଚଳର ଯୁବ କଂଗ୍ରେସ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ସକାଶେ ଅନଶନ କରାଯିବ ବୋଲି ଯୁବ କଂଗ୍ରେସ ନେତା ସାବତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ଗଉଡ଼, ଶ୍ରୀକାନ୍ତ ପରିଡ଼ା, ବୁଲୁ ନାୟକ,ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ ଭଗବାନ ପାଢ଼ୀ


Share: