ଢେଙ୍କାନାଳ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ ।

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି, କରୋନା କଟକଣା ଯୋଗୁ ମନ୍ଦିର କୁ ଭକ୍ତ ମାନଙ୍କୁ ବାରଣ କରାଯାଇଥିବା ବେଳେ, ଠାକୁରଙ୍କ ନୀତିକାନ୍ତି ସୂଚାରୁ ରୂପେ ସମ୍ପାଦନ ହୋଇଥିବା ଜଣାପଡିଛି l ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ମହାପ୍ରଭୁ ଙ୍କୁ ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାରରେ ସୁସଜ୍ଜିତ କରାଯାଇଥିଲା,ପ୍ରାତଃ ରୁ ପହିଲି ଭୋଗ ଲାଗିକରାଯାଇଥିଲା,1.30ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା କରାଯାଇଥିଲା, ଚକା, ପୁରୀ , କାକରା, ଅର୍ଣ୍ଣ ଭୋଗ, ମକର ଚାଉଳ ଭୋଗ ଲାଗି କରାଯାଇଥିଲା, ମକରବେଢାରେ ମଦନ ମୋହନ ଙ୍କୁ ଘଣ୍ଟ, କାହାଳି, ଚାମର, ସେବା, ଏହି ବେଢାରେ ଦହି, ପାନ ଗୁଆ, ମକର ଚାଉଳ ଜିଲ୍ଲାପି, ପୁଳି, କାକରା, ଚକା ଭୋଗ ଧରି 7ଥର ମକରବେଢ଼ା ପରିକ୍ରମା କରାଯାଇଥିଲା, ପୂଜକ ଭାଗିରଥି ପଣ୍ଡା, ଶ୍ରୀବତ୍ସ ମିଶ୍ର, ପାଳିଆସେବକ ଶମ୍ବୁନାଥ ମହାପାତ୍ର, କାହାଳିଆ ଟୀକନ ବେହେରା,ଜିମାଦାର ବସନ୍ତ ରଥ, ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି।


Share: