ଏସ୍ପି ଅଫିସ ସମ୍ମୁଖରେ କନେଷ୍ଟବଳ ପତ୍ନୀ ଙ୍କ ଆତ୍ମହତ୍ଯା ଉଦ୍ୟମ

Share:

ପପୁ ସାହୁ ଙ୍କ ରିପୋର୍ଟ

ଢେଙ୍କାନାଳ :ଢେଙ୍କାନାଳ ହିନ୍ଦୋଳ ବ୍ଲକ,ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ର କନେଷ୍ଟବଳ ପବିତ୍ର ନାଏକ ଦୀର୍ଘ ବାର ବର୍ଷ ରୁ ଉର୍ଦ୍ଧ ହେବ ଅଭିଯୋଗ କାରିଣୀ ଶୈଳବାଳା ସାମଲ/ ନାଏକ ଙ୍କୁ ବୈଦିକ ରୀତିନୀତି ଅନୁସାରେ ମନ୍ଦିର ରେ ବିବାହ କରିଥିଲେ , ବିବାହ ର ତିନି ବର୍ଷ ପରେ ଶୈଳବାଳା ଦୁଇ ଜମଯ ସନ୍ତାନ ଙ୍କୁ ଜନ୍ମ ଦେଇଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ଜନ୍ମର ଚାରିଦିନ ପରେ ଗୋଟିଏ ଶିଶୁ ର ମୃତ୍ୟୁ ଘଟିଥିଲା , ଅନ୍ୟ ଶିଶୁ ଟି ଏକମାସ ପରେ ତାର ମଧ୍ୟ ମୃତ୍ୟୁ ହୋଇଥିଲା ପରେ ପରେ ସ୍ବାମୀ ପବିତ୍ର ର ଅମାନୁଷିକ ଆକ୍ରମଣ ର ଶିକାର ହୋଇଛନ୍ତି ଶୈଳବାଳା , ଯୈାତୁକ ଜନିତ, ଶାରିରୀକ, ମାନସିକ ନିର୍ଯ୍ୟାତନା ର ଶିକାର ହୋଇ ଏ ବିଷୟରେ ବାରମ୍ଵାର ଏସ୍ପି ଙ୍କୁ ଏବଂ ଅନ୍ୟ ଅଧିକାରୀ ଙ୍କୁ ନ୍ୟାୟ ପାଇଁ ଦାବି କରୁଛନ୍ତି କିନ୍ତୁ ନ୍ୟାୟ ମିଳିନାହିଁ ସ୍ଥାନୀୟ ବାଲିମି ଥାନା ପୋଲିସ ପବିତ୍ର କୁ ଘଣ୍ଟ ଘୋଡାଉ ଥିବା ବେଳେ ବାରମ୍ବାର ନ୍ୟାୟ ପାଇଁ ବିଭିନ୍ନ ସ୍ଥାନରୁ ନିରାଶ ହେବା ପରେ ଆଜି ଜିଲ୍ଲା ଏସପି ଙ୍କ ନିକଟରେ ଗୁହାରି କରିବାକୁ ଆସିଥିଲେ କୈାଣସି ସଠିକ୍ ନ୍ୟାୟ ନପାଇ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆମ୍ରାହୂତି ଦେବାକୁ ଚେଷ୍ଟା କରୁଥିବା ସମୟରେ ଉପସ୍ଥିତ ଥିବା କର୍ମଚାରୀ ମାନେ ଅଟକାଇବା ସହ ତାଙ୍କ ହାତରୁ ପେଟ୍ରୋଲ ଓ ଦିଆସିଲି ଛଡ଼ାଇ ନେଇଥିଲେ ଏବଂ ବୁଝାସୁଝା କରି ନିଜ ହେପାଜତକୁ ନେଇଥିଲେ , ଏସ୍ପି ଛୁଟି ରେ ଥିବାରୁ ଅତିରିକ୍ତ ଏସପି ଘଟଣା କୁ ଗୁରୁତ୍ଵ ଦେଇ ତଦନ୍ତ କରି ଖୁବ୍ ଶ୍ରିଘ ନ୍ୟାୟ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି କିନ୍ତୁ କନେଷ୍ଟବଳ ପବିତ୍ର ଏସ୍ ପି ଙ୍କ ଅଧୀନ ରେ ଢେଙ୍କାନାଳ ରିଜର୍ଭ ପୋଲିସ ରେ କାର୍ଯ୍ୟରତ ,ଆଉ ଗୋଟିଏ ବିଷୟ ରେ ଧ୍ୟାନ ଦେବା ଆବଶ୍ୟକ ପ୍ରଥମ ସ୍ତ୍ରୀ ଥିବା ବେଳେ ପବିତ୍ର ପାଞ୍ଚ ମାସ ହେଲା ଆଉ ଗୋଟିଏ ବିବାହ କରିଛନ୍ତି, ଯଦି ଆଇନ ର ରକ୍ଷାକର୍ତ୍ତା ହୋଇ ବେଆଇନ୍ କାର୍ଯ୍ୟ କରନ୍ତି କହିବା କାହାକୁ, ଏବେ ଦେଖିବାକୁ ବାକି ରହିଲା ଅଭିଯୋଗ କାରିଣୀ ଶୈଳବାଳା କେବେ ନ୍ୟାୟ ପାଉଛନ୍ତି l


Share: