ରୋଜଗାରୀୟା ପୁଅ ଚାଲିଯିବା ପରେ, ପଙ୍ଗୁ ହୋଇଗଲା ବାପା, ସରକାରୀ ସହାୟତା ବାଟବଣା

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ନିରାଶ୍ରୟ ମାନଙ୍କୁ ଘର ଯୋଗାଇ ଥଇଥାନ କରିବା ଲାଗି ସରକାର ମାଳ ମାଳ ଯୋଜନା କରିଛନ୍ତି । ଏହି ଯୋଜନା ର ପ୍ରଚାର ପ୍ରସାର ଲାଗି ସରକାର ପ୍ରତ୍ୟେକ ଗଳି କନ୍ଦିରେ ବଡ ବଡ଼ ପୋଷ୍ଟର ଲଗାଇଛନ୍ତି । ହେଲେ ଆଜି ବି ଅନେକ ପରିବାର ଅଛନ୍ତି ସେମାନେ ଏହି ସରକାରି ଯୋଜନା ଠାରୁ ବହୁ ଦୁରରେ । ସେମିତ ଏକ ପରିବାର ଯାହାର ନା ମୁଣ୍ଡ ଉପରେ ଛାତ ନା ମିଳୁଛି ଦିନକୁ ଦୁଇମୁଠା ଖାଇବାକୁ । କେବଳ ଦୁଇଖଣ୍ଡ ଜରି ପାଲ ତଳେ ଦୁଃଖ କଷ୍ଟେ ରେ ଚଳୁଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଡା ପଂଚାୟତ ଓଡ଼ାସିଙ୍ଗ ଗ୍ରାମର ସହଦେଵ ରେଡି ଙ୍କ ପରିବାର ।

ଦୁଇ ଖଣ୍ଡ ଜରି ପାଲ ବନ୍ଧା ଝାଟି ମାଟି ଘର । ଦିନ ରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖାଯାଉଛି ଘରେ । ବର୍ଷାଦିନ କଥା ତ ନକହିବା ଭଲ ଦାଣ୍ଡରେ ପାଣି ନ ପଡ଼ୁଣୁ ଘରେ ପଡୁଛି ପାଣି । ଏହି ଦୃଶ୍ୟ କୌଣସି ପାହାଡି ଆଦିବାସୀ ଅଞ୍ଚଳର ନୁହଁ । ବରଂ ଏହି ଦୃଶ୍ୟ ହେଉଛି ମାନ୍ୟବର ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଅଞ୍ଚଳ ର । ଏଠି ରୁହନ୍ତି ସହଦେଵ ରେଡି ଙ୍କ ପରିବାର । ପରିବାର ଟି ବହୁତ ଖୁସିରେ ଚାଲିଥିଲା, ଏକ ମାତ୍ର ରୋଜଗାରିଆ ପୁଅ ବାହାରେ ଦାଦନ ଖଟି ପରିବାରକୁ ଚଳେଇ ଆସୁଥିଲେ ହଟାତ କିଏ ବା ଜାଣିଥିଲା ଅଦିନିଆ ଝଡ ରୋଜଗାରିଆ ପୁଅକୁ ଛଡେଇ ନେଲା । ଧାର କରଜ କରି ପୁଅ କୁ ଭଲ କରିବା ପାଇଁ ବାପା ଓ ମାଆନିଜର ଧନ ସମ୍ପତି ସବୁ ବିକ୍ରି କରିଦେଲେ କିନ୍ତୁ ପୁଅକୁ ବଞ୍ଚେଇ ପାରିଲେ ନାହିଁ l ରୋଜଗାରିଆ ପୁଅକୁ ଝୁରି ଝୁରି ବାପା ଏବେ ପଙ୍ଗୁ ହୋଇ ଘରେ ବସିଛନ୍ତି ସହଦେଵ ଏବଂ ତାଙ୍କ ସ୍ତ୍ରୀ କହିବା ଅନୁଯାଇ ପୁଅ ଚାଲିଯିବା ପରେ ସରକାରୀ ସହାୟତା ରେ ବିଜୁ ପକ୍କା ଘର ଖଣ୍ଡିଏ ପାଇଥିଲେ ଏବଂ ପ୍ରଥମ କିସ୍ତି ରେ 20 ହଜାର ଟଙ୍କା ପାଇବା ପରେ ଘର କାମ ଆରମ୍ଭ କରିଥିଲେ ଏବଂ ଦ୍ୱତୀୟ କିସ୍ତି ବିଲ ପାଇଁ ସରପଞ୍ଚ ଭୀମସେନ ସାହୁ ଙ୍କୁ ଅନୁରୋଧ କରିଥିଲେ, ସରପଞ୍ଚ ହିତାଧିକାରୀଙ୍କୁ ଙ୍କୁ ଲାଞ୍ଚ ମାଗିଥିଲେ ଏବଂ କହିଲେ ଲାଞ୍ଚ ନଦେଲେ ବିଲ ହେବନି ବୋଲି ସିଧା ମନାକରିଦେଲେ l ବର୍ତମାନ ସୁଦ୍ଧା ସେହି ଘରଟି ଅଧା ପନ୍ତରିଆ ଭାବେ ପଡି ରହିଛି l
ଏହି ବାବଦରେ ଆମେ ଯୋଗାଯୋଗ କରିଥିଲୁ ପ୍ରତିକ୍ରିୟା ପାଇଁ ସରପଞ୍ଚ ଭୀମସେନ ସାହୁ ଙ୍କୁ ସେ ସିଧା ପ୍ରତିକ୍ରିୟା ରଖିବାକୁ ମନାକରିଥିଲେ

ନେଏବ ସରପଞ୍ଚ ପ୍ରତିନିଧି ଏସ. ଲକ୍ଷ୍ମଣ ରେଡି କହିବା ନୁ ସାରେ ବର୍ତମାନ ସହଦେଵ ରେଡି ଏବେ ପୁରା ପଙ୍ଗୁ ହୋଇ ଘରେ ରହିଛନ୍ତି ସରକାରୀ ସହାୟତା କିଛି ବି ତାଙ୍କ ପାଖରେ ପହଂଚି ପାରିନି ମଗାଯାଚ୍ଛା କରି ଚଳୁଛନ୍ତି, ରାସନ ଚାଉଳ ନାହିଁ କି ସରକାରୀ ପେନସନ ବି ମିଳୁନି l
ତାଙ୍କ ପାଖରେ ଦିନ କୁ ଦୁଇମୁଠା ଆହାର କି ମୁଣ୍ଡ ଗୁଞ୍ଜିବାକୁ ଏହି ଭଙ୍ଗା ଘରଟିଏ ଖାଲି ଅଛି l ସହଦେଵ ଙ୍କ ସ୍ତ୍ରୀ ପରଘରେ କାମ କରି ପରିବାର ଚଳାଇ ଆସୁଛନ୍ତି l ତଥାପି ସରକାର ଙ୍କ କୌଣସି ଯୋଜନାର ସୁଫଳ ପାଇପାରୁନାହାନ୍ତି ସହଦେଵ l

ସରକାର ନିରାଶ୍ରୟ ମାନଙ୍କ ଥଇଥାନ ଲାଗି ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ଏହା ପ୍ରକୃତ ହିତାଧିକାରୀ ଙ୍କ କେତେ କାର୍ଯ୍ୟରେ ଲାଗୁଛି ତାହା ସହଦେଵ ଙ୍କୁ ଦେଖିଲେ ସ୍ପଷ୍ଟ ବାରିହେଉଛି । ଅନ୍ୟପଟେ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ିଲା ପରେ ମଧ୍ୟ୍ୟ କିଛି ସହାୟତା ମିଳୁନାହାଁନ୍ତି l ଅଧୁରା ଘରକୁ ସଜାଡ଼ିବା ପାଇଁ ଏବଂ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ସହଦେଵ ରେଡି ଏବଂ ତାଙ୍କ ସ୍ତ୍ରୀ ଏସ. ଦଇଟି ରେଡି l


Share: