ପୁରୀ ବେଳାଭୂମିରେ ଏୟାର ସୋ ଅନୁଷ୍ଠିତ

Share:

ରଞ୍ଜନ ଦାସ

ପୁରୀ :ପୁରୀ ବେଳାଭୂମି ବ୍ଲୁ ଫ୍ଲାଗବିଚ ଠାରେ ରବିବାର ପୂର୍ବାହ୍ନ ରେ ଆକର୍ଷଣୀୟ ଏୟାର ସୋ କୁ ଉପସ୍ଥିତ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ଏୟାର କମାଣ୍ଡର ଶ୍ରୀ ରାନ ସିଂ, ଆଡିସନାଲ ଡି. ଜି. ଶ୍ରୀ ସଞୟ କୁମାର, ସେଣ୍ଟ୍ରାଲ ରେଞ ଆଇ ଜି ଶ୍ରୀ ନରସିଂହ ଭୋଳ, କମାଣ୍ଡର ରବିନ୍ଦ୍ର ରାୱତ, ପ୍ରମୁଖ ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ। ବାୟୁସେନା ର ୯ଟି ହକ୍ ବିମାନ ଦ୍ଵାରା ଦୁସାହାସିକ ଓ ରୋମାଚଂକର କଳା କୌଶଳ ପ୍ରଦର୍ଶିତ ହୋଇଥିଲା।।

ଗତକାଲି ରାତିରେ ଓ ଆଜି ସକାଳୁ ଲଗାତାର ବର୍ଷା କାରଣ ରୁ ଏହି ଏୟାର ସୋ କରାଯିବା ରେ ଆଶଙ୍କା ଦେଖା ଦେଇଥିଲା। ତେବେ ସକାଳ ୯.୩୦ ମିନିଟ ପରେ ବର୍ଷା କମିଯିବାରୁ ବାୟୁସେନା ପକ୍ଷରୁ ସୋ ଆୟୋଜନର ବ୍ୟବସ୍ଥା କୁ ତ୍ୱରାନ୍ୱିତ କରାଯାଇଥିଲା। ଆକାଶ ମାର୍ଗରେ ବାୟୁସେନା ପକ୍ଷରୁ ସୂର୍ଯ୍ୟ କିରଣ ଏୟାର ସୋ ଭଳିକି ଭଳି କୌଶଳ ପ୍ରଦର୍ଶନ କରିଥିଲା।ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ତଟସ୍ଥ ହୋଇ ଯାଇଥିଲେ। ପ୍ରଥମ ଥର ପାଇଁ ପୁରୀ ରେ ଏହି ଏୟାର ସୋ ହେଉଥିବାରୁ ଏହାକୁ ସଫଳ ଓ ଶୃଙ୍ଖଳା ର ସହ ପରିଚାଳନା କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବିଶେଷ ଉଦ୍ୟମ କରିଥିଲେ।ଏକାଧିକ ବୈଠକ ମାଧ୍ୟମରେ ଏହାର ସମୀକ୍ଷା ମଧ୍ୟ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଏସ ପି ମିହିର ପ୍ରସାଦ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ସିଟି ଡି ଏସ ପି ଶ୍ରୀ ଜନାର୍ଦ୍ଦନ ପାଢ଼ୀ, ଡେପୁଟି କଲେକ୍ଟର ଶ୍ରୀ ରଞ୍ଜନ ବେହେରା, ପୁରୀ ତହସିଲଦାର ଶ୍ରୀ କ୍ଷୀରୋଦ ବେହେରା, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରୁବିର ସିଂ, କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱଛାସେବୀ, ସାଧାରଣ ଲୋକ ମାନେ ଯୋଗ ଦେଇ ଏୟାର ସୋ ଉପଭୋଗ କରିଥିଲେ। ବାୟୁସେନା ର ଦକ୍ଷ ଅଧିକାରୀ ଓ କର୍ମଚାରୀ ମାନେ ସୂର୍ଯ୍ୟ କିରଣ ର ଏହି ହୋ କୁ ପରିଚାଳନା କରିଥିଲେ। ଫ୍ଲାଇଟ ଲେଟ୍ୟୁନାଣ୍ଟ ଋଦ୍ଧିମା ସୁନ୍ଦର ଭାବେ ଧାରା ବିବରଣୀ ପ୍ରଦାନ କରିଥିଲେ।ଏୟାର ସୋ ର ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ବର୍ମା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।


Share: