ଲ୍ୟାଣ୍ଡ ମାଇନ ବିସ୍ପୋରଣ ରେ ମୃତ ସାମ୍ବାଦିକ ଙ୍କ ପରିବାର କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଜରିଆ ରେ ଦାବିପତ୍ର ପ୍ରଦାନ

Share:

ତାରିଖ ରେ କଳାହାଣ୍ଡି ଜ଼ିଲ୍ଲା ର ମୋହନଗିରି ବ୍ଲକ ଧରିତ୍ରୀ ପ୍ରତିନିଧି ସାମ୍ବାଦିକ ରୋହିତ ବିଶ୍ୱାଳ ଙ୍କ ପ୍ରାଣହାନି ଘଟିଥିବାରୁ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଜରିଆ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ୫୦ ଲକ୍ଷ ଟଙ୍କା ସହାୟତା ସହ ମୃତ ସାମ୍ବାଦିକ ଙ୍କ ପରିବାର ର ଜଣ ଙ୍କୁ ସରକାରୀ ଚାକିରୀ ଆଦି ପ୍ରମୁଖ ୯ ଗୋଟି ଦାବୀ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଙ୍କୁ ପ୍ରଦାନ କରିଯାଇଥିଲା।

ସୂଚନାଯୋଗ୍ୟ ଯେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ସମୁଦାୟ ୧୩ ଲକ୍ଷଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା ପକ୍ଷରୁ ଗଭୀର କୃତଜ୍ଞତା ପ୍ରଦାନ କରାଯାଇଛି l

Orbitury

ଏହି ଅବସରରେ ସ୍ବର୍ଗତ ବିଶ୍ୱାଳ ଙ୍କ ସହିତ ନିକଟରେ ହୃଦଘାତ ରେ ପ୍ରାଣହାନି ଘଟିଥିବା ସମ୍ବଲପୁର ଜ଼ିଲ୍ଲା ର ଧନକଉଡ଼l

ADVT.

ବ୍ଲକ ସମ୍ବାଦ ପ୍ରତିନିଧି ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଜି ଅପରାହ୍ନ ରେ ସୁବର୍ଣ୍ଣପୁର ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟlଳୟ ପରିସରରେ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରଥମେ ସ୍ବର୍ଗୀୟ ସାମ୍ବାଦିକ ଦ୍ବୟ ଙ୍କ ଅମର ଆତ୍ମାର ଶାନ୍ତି ଲାଗି ବିଭିନ୍ନ ଗଣମାଧ୍ୟମ ଓ ଅଫିସ କର୍ମଚାରୀ ଙ୍କ ସହ ଦୀପ ଓ ପୁଷ୍ପ ପ୍ରଦାନ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ADVT.

ଏହି ଶୋକସଭା ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ରାଜକିଶୋର ତ୍ରିପାଠୀ, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସଂପାଦକ ମହାଦେବ ମଲ୍ଲିକ, ସଂଘର ଉପଦେଷ୍ଟା ଦିଲିପ ପାତ୍ର, ଆଇନସେଲ ମୁଖ୍ୟ ଲକ୍ଷ୍ମୀନ୍ଦ୍ର ବେଜ, ସାମ୍ବାଦିକ ଯୁଧିଷ୍ଠିର ସାହୁ ,ସୂଚନା ଓଲୋକସଂପର୍କ ବିଭାଗ ର ବିଦ୍ୟାପତି ପଣ୍ଡା, ମାନଭଞ୍ଜନ ପଟ୍ଟନାୟକ, ଚମରାବିଶି ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମା ଙ୍କର ସୃତିଚାରଣ କରିଥିଲେ।

ADVT.

ସୁବର୍ଣ୍ଣପୁର ଜିଲ୍ଲାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ।

ADVT.


Share: