ପୌର ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜେଡି ର କର୍ମୀ ସମ୍ମିଳନୀ

Share:

ଆଙ୍କର :- ଆଗକୁ ଆସୁଛି ପୌର ନିର୍ବାଚନ  । ଏହାକୁ ଦୃଷ୍ଟୀରେ ରଖି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ପୌରାଞ୍ଚଳରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି  ।

Obituary

ଦିନକୁ ଦିନ ଏଠି ରାଜନୈତିକ ସମୀକରଣ ବଦଳିବାରେ ଲାଗିଥିବାର ଦେଖାଯାଉଛି  । ଏହାରି ଭିତରେ ଚଳିତ ବର୍ଷ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ଯକ୍ଷ ନିର୍ବାଚନ ମତଦାନ ଯୋଗେ ଚୟନ ହେବାକୁ ଥିବା ହେତୁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ସୋସିଆଲ ମିଡିଆ ରେ ଭାଇରାଲ୍ ହେଉଛି l

ADVT.

ଏହାରି ମଧ୍ୟରେ ଶାସକ ଦଳ ପ୍ରଥମ ପଦକ୍ଷେପ ସ୍ୱରୂପ 200 ରୁ ଉର୍ଦ୍ଧ ଯୁବକର୍ମୀ ଙ୍କୁ ନେଇ ଏକ ବିରାଟ କର୍ମୀ ସମ୍ମିଳନୀ ଆୟୋଜନ କରିଛି l

ADVT.

ସ୍ଥାନୀୟ ବଣଚଣ୍ଡି ପିଠ ରେ ଅନୁଷ୍ଠିତ ଏହି ବୈଠକ କୁ ପୂର୍ବତନ ଉପ ନଗରପାଳ ମାୟାଧର ସାହୁ ଓ ବିଜେଡି ଡିଜିଟାଲ ମିଡିଆ ସଂଯୋଜକ ବିପିନ ବିହାରୀ ଦାସ ପରିଚାଳନା କରିଥିଲେ l

ADVT.

  ଆଗାମୀ ଦିନରେ ଜଣେ ଦକ୍ଷ ଯୁବ ଚେହେରା ପୌରାଧ୍ୟକ୍ଷ ପାର୍ଥି ହେବାକୁ ଶତାଧିକ ଯୁବକ ଏହି ସମ୍ମିଳନୀରେ ମତ ଦେଇଛନ୍ତି l ଯାହାକୁ ନେଇ ବିରୋଧୀ ଗୋଷ୍ଠୀ ଛାନିଆ ହୋଇ ଯାଉଛନ୍ତି l

ADVT.

ପୂର୍ବରୁ ଶୁଣାଯାଉଥିଲା କି ବିଗତ 20 ବର୍ଷ ଧରି ନିଜ ହାତରେ କ୍ଷମତା ରଖିଥିବା ନଗର ସଭାପତି ନନ୍ଦ କିଶୋର ସାହୁ ଚଳିତ ନିର୍ବାଚନରେ ଟିକେଟ ପାଇଁ ଏକ ମାତ୍ର ଦାବିଦାର, ସେ ମଧ୍ଯ ମାନ୍ୟବର ଙ୍କ ଶୁଭ ଦୃଷ୍ଟିରେ ରହି ଆସିଛନ୍ତି ମାତ୍ର ଆଜିର ଏହି ବୈଠକ ପରେ ଦେଖିବାକୁ ବାକି ରହିଲା ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି… l 

ଅନ୍ୟମାନଙ୍କ ମଧ୍ୟରେ ସହର୍ ଶାନ୍ତି କମିଟି ସଭାପତି ବାସୁଦେବ ବେହେରା, ଚିତ୍ରଶିଳ୍ପୀ ନାରାୟଣ ସାହୁ, ପୂର୍ବତନ ଉପନଗରପାଳ ହୃଦାନନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l

ଢେଙ୍କାନାଳ ଜିଲ୍ଲା ଭୂବନ ରୁ ପପୁ ସାହୁଙ୍କ ରିପୋର୍ଟ।


Share: