ଦୁଇ ବର୍ଷର ପୁଅକୁ ମାରିଦେଲା ମା

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ବର୍ଷର ପୁଅକୁ ନିଜ ହାତରେ ନିଜେ ମାରିଦେଲା ମାଆ। ଏଭଳି ଘଟଣା ଦେଖିବାକୁ ମିଳିଛି ଜକର ଗ୍ରାମରେ। ଏହି ଗ୍ରାମର ପ୍ରକାଶ ଜେନାଙ୍କ ଝିଅ ମମତା ବିଶ୍ୱାଳ ମଥୁରା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମନୋରଞ୍ଜନ ବାହାର ବାହାର ରାଜ୍ୟରେ ରହୁଥିବା ବେଳେ ସ୍ତ୍ରୀ ମମତା ବାପ ଘରେ ରହୁଥିଲେ। ମମତାଙ୍କ ମାନସିକ ବିକୃତି ଥିବା ବାପ ଘର ଲୋକେ କହିଛନ୍ତି। ମମତା କିଛି ଜାଣି ନ ପାରି ଦୁଇ ବର୍ଷର ପୁଅ କୁ ଏକ ଚାପୁଡ଼ା ମାରିଥିଲେ। ଯାହା ଫଳରେ ତାହା କାନ ଗିରିକୁ ବାଜିବା ଫଳରେ ସଂଗେ ସଂଗେ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି।


Share: