ମୁନିଗୁଡା ରେ ଵିଜେଡିର ବ୍ଲକ ସ୍ତରୀୟ୨୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ।

ରାୟଗଡ: ମୁନିଗୁଡା ଠାରେ ବିଜେଡି ର 25ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି କଳିଙ୍ଗ ବୀର, ଦୁର୍ଦ୍ଦଶ୍ୟ ଶତୃତା ସେନାନୀ ତଥା ଓଡ଼ିଶାର ବରପୁତ୍ର ଏବଂ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ନାମରେ ୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ବିଜୁଜନତା ଦଳ ଜନ୍ମ ନେଇଥିଲା।ସେବେ ଠାରୁ ବିଜୁବାବୁଙ୍କ ସୁପୁତ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ସୁ ଶାସନ ଦେଇ ଆସୁଥିବା ବେଳେ ପ୍ରତିବର୍ଷ ଡିସେମ୍ବ୨୬ରେ ତାରିଖରେ ଯାକ ଜମକରେ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମାର କମୁନିଟିହଲରେ ବ୍ଲକ୍ ସ୍ତରୀୟ ପ୍ରତିଷ୍ଠା ଦିବସ ସଭାପତି ରତନ ଲାଲ ଜୈନ୍ ଓ ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୈାଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧିର କୁମାର ଦାସ ଯୋଗ ଦେଇ କହିଥିଲେ ,ଏ ସଭା ସାଧାରଣ ସଭା ନୁହେଁ ଏସଭା ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ବର୍ଷ ଶାସନ କାଳର‌ ଅନେକ ସମୟ ଉପଯୋଗ କରି ସାଢ଼େ ଚାରିକୋଟି ଜନତାଙ୍କର ଵିକାଶ ଦ୍ବାରା ସେମାନଙ୍କ ମନ କିଣିପାରିଥିବାରୁ ,ଯାହାଫଳରେ ଆଜି ପ୍ରତିଷ୍ଠା ଦିବସରେ ଏତେ ପରିମାଣରେ ଜନସମାଗମ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଶ୍ରୀ ଦାସ ଭୂଲି ନଥିଲେ। ଅନ୍ୟ ଅତୀଥିମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଜଗନ୍ନାଥ ନୁଣ୍ଡୃକା,ଵିଜୁ ଯୁବ ଜନତା ଦଳର ଉପସଭାପତି ଜଗନ୍ନାଥ ଆଚାରୀ, ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟର ଗୁଣ ଗାନ କରିଥିଲେ। ବରିଷ୍ଠ ବିଜେଡି ନେତା ଧିରେନ୍ଦ୍ର ପାଣିଗ୍ରାହୀ, ବିଜେଡି ରାଜ୍ୟ ସମ୍ପାଦିକା ଶକୁନ୍ତଳା ନୁଣ୍ଡୃକା, ମଞ୍ଚାସୀନ ଥିବାବେଳେ ସମ୍ପାଦକ ପୂର୍ଣଚନ୍ଦ୍ର ଗଉଡ ପ୍ରତିଷ୍ଠା ଦିବସ ସମ୍ପର୍କରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଶ ଦିନ ହେବ ବିଜେଡ଼ିରେ ମିଶିଥିବା ବରିଷ୍ଠ ନେତା ବୈକୁଣ୍ଠ ବନଚର ଓ ଡମ୍ବରୁଧର ଶତପଥି ମଞ୍ଚାସୀନ ରହି ବିଜେଡିର ନୀତି ଆଦର୍ଶକୁ ବଖାଣି ଥିଲେ। ଏହି କାର୍ଯ୍ୟକ୍ରମକୁ ବିଜେଡି ନେତା ବୃନ୍ଦାବନ ପାଢୀ, ଛାତ୍ର ନେତା ଅଶ୍ବିନୀ ବେହେରା (ଵୁଵୁନା)ସୀମାଞ୍ଚଳ ଦାସ ଓ ପିଙ୍କୁ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏତେ ପରିମାଣର ଉପସ୍ଥିତ କର୍ମୀଙ୍କୁ ଶ୍ରୀ ଗୈ।ଡ ଧନ୍ୟବାଦ ଅର୍ପଣ କରିଵା ସହ ଆଗାମି ୨୦୨୨ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ନବ ଵର୍ଷ ସମସ୍ତଙ୍କ‌ ଶୁଖ ସମୃଦ୍ଧି,ଆଶିଷ ଆଣିଦେଉ ଏହା ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା,ଏବଂ ଦଳକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ।


Share: