ବାତ୍ୟା ପରବର୍ତ୍ତୀ ବର୍ଷାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ବାତ୍ୟା ଜୱାଦ ଗଞ୍ଜାମ ଜିଲ୍ଲା ରୁ ଚାଲିଯାଇଛି ସତ l ଏହାର ପ୍ରଭାବରେ ପବନ ର ବେଗ ଗଞ୍ଜାମ ରେ ସେମିତି କୌଣସି ପ୍ରଭାବ ନଥିବା ବେଳେ ବାତ୍ୟା ପରବର୍ତୀ ବର୍ଷା ଜିଲ୍ଲା ର ବିଭିନ୍ନ ସ୍ଥାନରେ ପ୍ରଭାବ ପକାଇଛି l ଜିଲ୍ଲାର ବିଭିନ୍ନ ବ୍ଲକରେ 70 ରୁ 150 ମିଲିମିଟର ବର୍ଷା ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସିରେ 71 ମିଲିମିଟର ବର୍ଷା ହୋଇଥିବା ଆକଳନ କରିଛି ବିଭାଗ l ଯାହାରୀ ଫଳରେ ବିଭିନ୍ନ ଅଞ୍ଚଳରେ ଧାନ ବିଲରେ ବର୍ଷା ପାଣି ଜମି ରହିଛି ତ ଆଉ କେଉଁଠି ବର୍ଷା ପାଣିରେ ଯୋଗାଯୋଗ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି l କୋଦଳା ଏନଏସି ର 2 ନଂ ୱାର୍ଡ ରେଞ୍ଜର ବଙ୍ଗଳା ସ୍ଥିତ ଏରୋଗୋଲା ବସ୍ତି କୁ ବର୍ଷା ଜଳ ରାସ୍ତାଉପରେ ପ୍ରଭାବିତ ହେବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି l


Share: