ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗମନ୍ତ୍ରୀଙ୍କୁ ଭୁବନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ

ଢେଙ୍କାନାଳ :ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହୋଇଛି ନବକଳେବର, ଏହି ନୂତନ ସମ୍ପ୍ରସାରଣ ରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦ୍ବିତୀୟ ଥର ପାଇଁ ମିଳିଛି ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ବ । ଗତକାଲି କାମାକ୍ଷାନଗର ଠାରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ଆଜି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଭୁବନ ଗସ୍ତ ରେ ଆସିଥିବା ସମୟରେ, ଭୁବନ ବ୍ଲକ ଓ NAC ର ବିଜେଡି କର୍ମୀମାନେ ପ୍ରଥମେ ମନ୍ତ୍ରୀଙ୍କୁ ବାଟତାରୀଣିଙ୍କ ନିକଟରେ ଭବ୍ୟ ସ୍ବାଗତ ଜଣାଇଥିଲେ । ପରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଡାକବଙ୍ଗଳା ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ସେହିପରି ଭୁବନ ବାର ଆସୋସିଏସନ, ଭୁବନ ର ବହୁ ସଂଙ୍ଗଠନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଏହି ସ୍ବାଗତ ସମ୍ବର୍ଦ୍ଧନାରେ ଭୁବନ ବ୍ଲକ ଅଧ୍ୟକ୍ଷ ସିପ୍ରା ବରାଳ, NAC ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ, ଜିଲ୍ଲାପରିଷଦ ସଦସ୍ଯ ରମେଶ ଚନ୍ଦ୍ର ସାହୁ ଯୋଗଦେବା ସହିତ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ ।
ଏହି ଅବସରରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନିଜ ପତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ନିଜ ପୂର୍ବ ମନ୍ତ୍ରୀତ୍ବ ସମୟରେ ଅସମ୍ପୁର୍ଣ୍ଣ କାର୍ଯ୍ଯ କୁ ସମ୍ପୁର୍ଣ୍ଣ କରିବା ସହିତ ନୂତନ କାର୍ଯ୍ୟ ହାତକୁ ନେଇ ଯଥାସମ୍ଭବ କାର୍ଯ୍ଯ କୁ ସଫଳ କରି ନିଜ ପତିଆରା ଅକ୍ଷୁଣ୍ନ ରଖିବାକୁ ମତ ପ୍ରକାଶ କରିଛନ୍ତି l


Share: