ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ଚମ୍ପିୟାନସିପ -୨୦୨୨ ଉଦ୍ଘାଟିତ

Share:

ପପୁ କୁମାର ସାହୁ

ଢେଙ୍କାନାଳ : ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ , ଗେଙ୍ଗୁଟିଆ ଠାରେ ୨ ଦିନ ବ୍ୟାପୀ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ଚମ୍ପିୟାନସିପ – ୨୦୨୨ ଉଦ୍ଘାଟିତ ହୋଇଯାଇଛି । ଆମେଚର ତାଇକୋଣ୍ଡୋ ଆସୋସିଏସନ , ଢେଙ୍କାନାଳ , ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ , ଏବଂ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲର ମିଳିତ ସହଯୋଗରେ ଆୟୋଜିତ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ଚମ୍ପିୟାନସିପ – ୨୦୨୨ ଉତ୍ସବକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦ୍ଘାଟନ କରି , ଡାଇକୋଣ୍ଡୋ ପିଲାମାନଙ୍କ ପାଇଁ ଖୁବ ଉପାଦେୟ ଖେଳ ବୋଲି ପ୍ରକାଶ କରିଛନ୍ତି । ତାଇକୋଣ୍ଡୋ ଅଭ୍ୟାସ ଦ୍ଵାରା ଆମ୍ବ ରକ୍ଷା ସହିତ ଶରୀର ସୁସ୍ଥ ରହିଥାଏ ଏବଂ ମାନସିକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ମତ ବ୍ୟକ୍ତ କରିଛନ୍ତି । ପାଠ ସହିତ ବିଭିନ୍ନ ଖେଳ କୁଦ ପ୍ରତି ଆଗ୍ରହୀ ହେବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି । ନିଜର ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ ରଖୁ ସେବା ମନୋବୃତିରେ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଜ୍ୟୋତି ପ୍ରସାଦ ପରିଡା , ଆମେଚର ତାଇକୋଣ୍ଡୋ ଆସୋସିଏସନର ପରିଚାଳନା ସମ୍ପାଦକ ମାଷ୍ଟର ଶ୍ରୀ ସୌମ୍ୟବ୍ରତ ସାହୁ , ଜିଲ୍ଲା କ୍ରୀଡା ଅଧ୍ୟାକାରୀ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି ତାଇକୋଣ୍ଡୋ ଅଭ୍ୟାସ ଦ୍ଵାରା ଶରୀର ଏବଂ ମନ ସୁସ୍ଥ ରହିଥାଏ ବୋଲି ପ୍ରକାଶ କରିଥିଲେ । ଏଥ୍ପାଇଁ ଡାଇକୋଣ୍ଡୋ ପରି ଏକ ଖେଳକୁ ପିଲାମାନେ ନିୟମିତ ଅଭ୍ୟାସ କରି ସୁସ୍ଥ ସବଳ ରହିବାକୁ ପରାମର୍ଶ ଦେଇଛନ୍ତି । ପ୍ରାରମ୍ଭରେ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲର ପ୍ରିନସିପାଲ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସ୍ଵାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅମ୍ରିତା ସିଂ ସଂଯୋଜନା କରିଥିଲେ । ଏହି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ଚମ୍ପିୟାନସିପ – ୨୦୨୨ ପ୍ରତିଯୋଗୀତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ୭ ଜଣ ତାଇକୋଣ୍ଡୋ ରେଫରିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରା ଯାଇଥିଲା ।


Share: