ଭୁବନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ।

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ

ଦେଙ୍କନାଳ :ଦୁଇ ଦିନ ଧରି ଚାଲିଥିବା ଭୁବନ ଉଚ୍ଚ ବିଦ୍ୟାଳୟରେ 2022-23 ଶିକ୍ଷାବର୍ଷର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଛି । ପ୍ରଧାନଶିକ୍ଷକଙ୍କ ଶ୍ରୀଯୁକ୍ତ ରୁଦ୍ରନାରାୟଣ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭୁବନ NAC ର ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ ସାହୁ, SMC ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବସାକ, SMC ସଭ୍ୟ ଶ୍ରୀଯୁକ୍ତ ହୃଷିକେଶ ନାୟକ, ମୋ ସ୍କୁଲ- ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ପ୍ରଭାସ କୁମାର ସେନାପତି ଯୋଗଦେଇ କୃତୀ ପ୍ରତିଯୋଗୀ ଓ ସ୍ବେଛାସେବୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶାରୀରିକ ଶିକ୍ଷା ଶିକ୍ଷକ ସାଗର ରାଉତଙ୍କ ତତ୍ୱାବଧାନରେ ତଥା ସମସ୍ତ ଶିକ୍ଷକ – ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ସିନିଅର ବିଭାଗରେ 100, 200, 800 ମିଟର ଦୌଡ଼, ସଟପୁଟ, ଲମ୍ବ ଡିଆଁ
ଜୁନିଅର ବିଭାଗରେ 100, 200, ମିଟର ଦୌଡ଼, ସଟପୁଟ, ଲମ୍ବ ଡିଆଁ, slow cycle race, Sub junior ବିଭାଗରେ math race, ଲେମ୍ବୁ ଚାମଚ ଦୌଡ଼, ଅଖା ଦୌଡ଼, 50 ମିଟର ଦୌଡ଼, ଛୁଞ୍ଚି ସୂତା ଦୌଡ଼ ଏବଂ ବିଦ୍ୟାଳୟର ଶିକ୍ଷକ- ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କ ପାଇଁ music chair ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଚଳିତ ବର୍ଷ ପାଇଁ ଦଶମ ଶ୍ରେଣୀର ଛାତ୍ର ଆଶୁତୋଷ ବର୍ଦ୍ଧନ ଚମ୍ପିୟାନ ଘୋଷିତ ହୋଇଥିଲେ ।


Share: