ଜଜାତି ଆସୋସିଏସନ କ୍ରିକେଟ ଟର୍ନାମେଣ୍ଟ ଉଦଘାଟିତ
ଅମୁଲ୍ୟ ନିଶଙ୍କ
ରାୟଗଡା :ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ନାଇରା ଠାରେ ସ୍ବର୍ଗତ ଯଯାତି ସାହୁ ଙ୍କ ସ୍ମୃତି ଉଦେଶ୍ୟ ରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଯଯାତି ଆସୋସିଏସନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି l ଏହି ଟୁର୍ନାମେଣ୍ଟ 11 ତାରିଖ ରୁ ଆରମ୍ଭ ହୋଇ ଆସନ୍ତା 19 ତାରିଖ ରେ ଉଦଯାପନୀ ଦିବସ ର ଅନନ୍ତିମ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ ମଣ୍ଡଳୀ କହିଛନ୍ତି l ଉଦଘାଟନନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଡରଂଗୀନ ଶବର ମୁଖ୍ୟଅତିଥି ଭାବେ ଯୋଗ ଦେଇ ନାଇରା ଗ୍ରାମଦେବତୀ ଙ୍କ ଠାରେ ପୂଜାର୍ଚ୍ଚନା କରି ଖେଳ ର ଶୁଭ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଞ୍ଚ ଓ ବ୍ଲକ ର ବରିଷ୍ଠ ବିଜେଡି ୟୁବ ନେତା ଶ୍ରୀ ସୁବାସ ଶବର,ପ୍ରଫୁଲ୍ଲ ମହାନ୍ତି ବୁଲୁ ଭାଇ,ପୟ ଶବର, କ୍ଷୀରୋଦ ପଟ୍ଟନାୟକ, ଶ୍ୟାମ ମହାନ୍ତି, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁପ୍ରିୟା ରାଉତ,ଜୋଚ୍ନାରାଣୀ ପାଣିଗ୍ରାହୀ,ରାଧାରାଣୀ ପାତ୍ର ଯୋଗ ଦେଇଥିଲେ l ଏହି ଟୁର୍ନାମେଣ୍ଟ ରେ ସର୍ବମୋଟ 16 ଗୋଟି ଦଳ ଭାଗ ନେଇଛନ୍ତି l ଫାଇନେଲ ଖେଳ ଦିନ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆଦିବାସୀ ଓ ହରିଜନ ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଯୋଗ ଦେଇ ବିଜେତା ଦଳ କୁ 10 ହଜାର ଟଙ୍କା ସହିତ ଟ୍ରଫି ଓ ଉପ ବିଜେତା ଦଳକୁ 8 ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ଆସୋସିଏସନ ସଭାପତି କହିଛନ୍ତି l ଉଲେଖ ଯୋଗ୍ୟଯେ ସ୍ବର୍ଗତ ଯଯାତି ସାହୁ ଗତ 2002 ମସିହା ନଭେମ୍ବର 26 ତାରିଖ ରେ ମାଓବାଦୀ ଙ୍କ ଗୁଳି ର ଶିକାର ହୋଇ ପ୍ରାଣ ତ୍ୟାଗ କରିଥିଲେ l ସ୍ବର୍ଗତ ସାହୁ ଗୁଣୁପୁର ଏକ କଂଗ୍ରେସ ର ଗଡ଼ ତାକୁ ଭାଙ୍ଗି 1989 ନିର୍ବାଚନ ରେ ଜନତା ଦଳ ର ବିଧାୟକ ପ୍ରାର୍ଥୀ ରାମ ମୂର୍ତ୍ତୀ ଗମାଙ୍ଗ କୁ ନିର୍ବାଚିତ କରାଇବାରେ ସକ୍ଷମ ହୋଇଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହି କି ଯେ ତାଙ୍କରି ସ୍ମୃତି ପାଇଁ କିଏ ମଧ୍ୟ୍ୟ ଆଗେଇ ଆସିଲେ ନାହିଁ l ଏହି ଗ୍ରାମ ବାସି ସ୍ବର୍ଗତ ସାହୁ ଙ୍କ ଏକ ପ୍ରତିମୂର୍ତ୍ତି 2003 ମସିହା ରେ ନିର୍ମାଣ କରିଥିଲେ l ଏହି ପ୍ରତିମୂର୍ତ୍ତି ଖରା ବର୍ଷା ରର ଭିଜୁଥିଲା ଏଥିପ୍ରତି କାହାରି ନଜର ନାହିଁ କିନ୍ତୁ ପ୍ରତି ବର୍ଷ ନଭେମ୍ବର 26 ତାରିଖ ରେ ଯଯାତି ସେନା ନାଁ ରେ ବ୍ୟାପକ ହରିଲୁଟ କରିଆସୁଥିଲେ କେତେକ ବ୍ୟକ୍ତି l ସ୍ବର୍ଗତ ଯଯାତି ଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ପକେଇବା ସହିତ ପ୍ରତିମୂର୍ତ୍ତି ଏରିଆ କୁ ଏକ ସୁନ୍ଦର ଭାବେ ନାଇରା ଗ୍ରାମ ର ଯୋଗାଣ ସହାୟକ ଗିରିଧାରୀ ସାହୁ ଆଗେଇ ଆସି ଏହି କାମ କରିଥିଲେ l ସ୍ବର୍ଗତ ଯଯାତି ଙ୍କୁ ମନେ ରଖିବା ପାଇଁ ଏହି ନାଇରା ଗ୍ରାମ ରେ ବହୁ ବ୍ୟକ୍ତି ଆଗେଇ ଆସି ଏହି କ୍ରିକେଟ ଟୁର୍ନାମେଣ୍ଟ ର ଆୟୋଜନ କରିଛନ୍ତି l ଆଜିର ଏହି ଉଦ୍ଘାଟନୀ ଖେଳ ରାଉତରଙ୍ଗା ଓ କର୍ଣ୍ଣାପଡ଼ୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାଉତରଙ୍ଗା ଦଳ ବିଜୟ ହୋଇଥିଲେ l