ରାଜଦଳ ପ୍ରଭାବରେ ଚିଲିକାରେ ଡଙ୍ଗା ଚଳାଚଳ ଠପ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ଲଘୁଚାପଜନିତ ବର୍ଷାରେ ଚିଲିକା କୁଳ ମାନଙ୍କରେ ଦେଖା ଦେଇଛି ରାଜ ଦଳ। ନଈ ନାଳରେ ବର୍ଷା ପାଣି କୁଳ ଲଙ୍ଘିବା ସହ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି।ଯାହାଫଳରେ ନଈ ନାଳରେ ଥିବା ରାଜଦଳ ସବୁ ଭାସି ଆସି ଚିଲିକା ମଧ୍ୟରେ ପ୍ରବେଶ କରୁଛି।ଚିଲିକା ମଧ୍ୟରେ ରାଜଦଳ ବ୍ୟାପିଯିବା ଫଳରେ ଯାତ୍ରୀବାହୀ ଏବଂ ମସ୍ୟଜୀବି ଡଙ୍ଗା ସମେତ ସରକାରୀ ଲଞ୍ଚ ଗୁଡିକ ଏହା ଭିତରେ ଫସି ରହିଛି।ଯାହାଦ୍ୱାରା ଡଙ୍ଗା ଚଳାଚଳ ନେଇ ମସ୍ୟଜୀବି ଏବଂ ଯାତ୍ରୀବାହୀ ଡଙ୍ଗା ଚାଳକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୂରଦୂରାନ୍ତରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି।ଏପରିକି ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଶହ ଶହ ପରିବାର ଦୈନନ୍ଦିନ ଚିଲିକା ଉପରେ ନିର୍ଭର କରୁଥିବା ମସ୍ୟଜୀବି ନିଜର ବେଉସା ପାଇଁ ଦୁର୍ଦ୍ଦିନରେ ଗତି କରୁଥିବା ଦେଖିବାକୁ ମିଳୁଛି।ଯଥାସମ୍ଭବ ଚିଲିକାରୁ ରାଜଦଳ ବହିଷ୍କାର କରିବା ପାଇଁ ମସ୍ୟଜୀବି ସମେତ ବିଭିନ୍ନ ସଙ୍ଘ ତରଫରୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।


Share: