ସବର୍ଣ୍ଣ ଅସବର୍ଣ୍ଣ ବିବାଦ କୁ ପ୍ରଶମିତ କଲେ ଥାନା ଅଧିକାରୀ, ହାତରେ କୋଦାଳ ଧରି ପୁନଃ ନିର୍ମାଣ କଲେ ରାସ୍ତା
ପପୁ କୁମାର ସାହୁ
ଦେଙ୍କନାଳ :ଗଣେଶ ବିସର୍ଜନ କୁ ନେଇ ଭୁବନ ଥାନା,ଅନ୍ତର୍ଗତ ଓଡ଼ିଶ ଗ୍ରାମ ରେ ହରିଜନ ଓ ସବର୍ଣ୍ଣ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା।
ହରିଜନ ଲୋକ ମାନେ ସାଧାରଣ ଲୋକ ଙ୍କ ଯିବା ଆସିବା ଗ୍ରାମ୍ୟ ରାସ୍ତା କୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣା କୁ ନେଇ ଉଭୟ ପକ୍ଷ ଙ୍କ ତରଫରୁ କେଶ ଓ ପାଲଟା କେଶ ହୋଇ ତଦନ୍ତ ଚାଲୁଅଛି।
ଆଜି ଭୁବନ ଥାନା ତରଫରୁ ଗ୍ରାମ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ସାଧାରଣ ସଭା କର।ଗଲା।
ପୋଲିସ ସହାୟତାରେ କଟା ଯାଇଥିବା ରାସ୍ତା କୁ ମଧ୍ୟ ଏବେ ପୁନଃ ନିର୍ମାଣ କର।ଗଲା। ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ୱାଇଁ ନିଜେ ହାତରେ କୋଦାଳ ଧରି ନଷ୍ଟ ହୋଇଥିବା ରାସ୍ତାକୁ ପୁନଃ ନିର୍ମାଣ କରୁଥିବା ଦେଖିବାକୁ ମିଳିଥିଲା l
ଗ୍ରାମ ବାସି ଙ୍କୁ ଶାନ୍ତି ରକ୍ଷା କରିବାକୁ ପୁନଃ ପ୍ରଚେଷ୍ଟା ସ୍ଵରୂପ ଆଜି ଓଡିଶ ଗ୍ରାମରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ, ଥାନା ଅଧିକାରୀ ଙ୍କ ନେତୃତ୍ଵରେ ଗ୍ରାମବାସୀ ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ବସି ସମସ୍ତ ଗ୍ରାମବାସୀ ଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି l କେହି କାହାର କୁତ୍ସାରଟନା କର ନାହିଁ l ଗାଁ ସମସ୍ୟା କୁ ସଭିଏଁ ମିଳିମିଶି ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି l