ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ନୂତନ ସଭାପତି ଚୟନ

Share:

ପପୁ କୁମାର ସାହୁ

ଦେଙ୍କନାଳ :ଢେଙ୍କାନାଳ ସ୍ଥାନୀୟ ମିନା ବଜାର ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଆଜି ୧୧ ଘଟିକା ସମୟରେ ଏକ ବୈଠକ ବସିଥିଲା । ଏହି ବୈଠକକୁ ପରିଚାଳନା କରିଥିଲେ ମିନା ବଜାର ସଂପାଦକ ପିତାବାସ ସାହୁ. ବୈଠକରେ ମଉଡ ମଣି ରାଜଲକ୍ଷ୍ମୀ କମିଟିର ସଭାପତି ରାବିନାରାୟଣ ମହାନ୍ତି, ପୂର୍ବତନ ସଭାପତି ବିଶ୍ଵନାଥ ବେହେରାଙ୍କ ଉପସ୍ତିତିରେ ଏହି ନୂତନ ସଭାପତି ଚୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯେହେତୁ ଦୁଇ ଜଣ ସଭାପତି ଚୟନ କରାଯାଇ ଥିଲା ତେଣୁ ୩୮ ଟି ପୂଜା ମଣ୍ଡପର ସଭାପତି ଓ ସଂପାଦକ ଙ୍କ ନିଷ୍ପତି ଅନୁସାରେ ଦୁଇ ଜଣ ପ୍ରତିଦ୍ଵନ୍ଦିଙ୍କ ମଧ୍ୟରେ ଭୋଟ ହୋଇଥିଲା ।

ଏଥିରେ ରାମଚନ୍ଦ୍ର ପାତ୍ର ୩୫ ଟି ଭୋଟ ପାଇଥିବା ବେଳ ଗୋପାଳ ଚନ୍ଦ୍ର ପାତ୍ର ୩୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ । ପୂର୍ବତନ ସଭାପତି ବିଶ୍ଵନାଥ ବେହେରା କୁ ଉତ୍ତରୀ ନେଇ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇ ଥିଲା ଓ ମହତ ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ନୂତନ ସଭାପତି ଗୋପାଳ ଚନ୍ଦ୍ର ପାତ୍ର ଙ୍କୁ ଉତ୍ତରୀ ଦିଆଯାଇ ସ୍ଵାଗତଃ କରାଯାଇ ଥିଲା। ନୂତନ ସଭାପତି ୩୮ ଟି ପୂଜା କମିଟିର ସଭାପତି ଓ ସଂପାଦକ କୁ ଧନ୍ୟବାହ ଦେଇ କହିଥିଲ ୨ ବର୍ଷ ପରେ ଧୂମ୍ ଧାମରେ ଲକ୍ଷ୍ମୀ ପୂଜାକୁ ଏକତ୍ରିତ ହୋଇ ଉପଭୋଗ କରନ୍ତୁ..ସାରା ଓଡିଶା ବାସିକୁ ଅନୁରୋଧ କରିଥିଲେ ଢେଙ୍କାନାଳ ଲକ୍ଷ୍ମୀ ପୂଜା କୁ ଆସି ଉପଭୋଗ କରନ୍ତୁ ।


Share: