ଵୃଦ୍ଧାଶ୍ରମ ରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

Share:

ଓଡିଶା ବ୍ୟୁରୋ ରିପୋର୍ଟ

ପୁରୀ, ମଙ୍ଗଳାଘାଟ ନିକଟ ସଂକଳ୍ପଫାଉଣ୍ଡେସନ ର ଅନ୍ତେବାସୀ ବୃଦ୍ଧବୃଦ୍ଧାମାନଙ୍କୁ ଆକ୍ଷୟପାତ୍ର ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ଓ ମାସ୍କ ବଣ୍ଟନ କରାଯାଇଥିଲା| କୋଡିଏ ପ୍ୟାକେଟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା |ଦି ସର୍ଭିସ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ୧୫ ପ୍ୟାକେଟ ଗ୍ଲୁକୋଜ ପଦାନ କରାଯାଇଥିଲା| ସଂକଳ୍ପଫାଉଣ୍ଡେସନ ର ମୁଖ୍ୟ ସୁଚରିତା ପାଢ଼ୀ ଙ୍କ ଉପସ୍ଥିତି ରେ ପୁଡିଆ ବଣ୍ଟନ କରାଯାଇଥିଲା |ଶୁଖିଲା ଖାଦ୍ୟ ପ୍ୟାକେଟରେ୫କିଲୋଅଟା,ଗହମ,ଶୋଲା,ଫାଲବୁଟ,ତେଲ,ମସରା ଡାଲି ଅଦୀ ସାମଗୀ ରହିଛି |ଏହି କାର୍ଯ୍ୟକ୍ରମ ରେ ଆକ୍ଷୟପାତ୍ର ଫାଉଣ୍ଡେସନର ମ୍ୟାନେଜର ଜୟରାମ ବାରିକ, ସମାଜସେବୀ ସମ୍ବାଦିକ ଜୟକୃଷ୍ଣ ଦାସ,ବାସେଳୀସାହି ଥାନା ଭାରପ୍ରାପ୍ତ ଅଧିକାରୀ
ପ୍ରଭୁଦତ୍ତ ବିଶ୍ୱାଳ, ଯୁବଜନନେତା ଅଜୟ ସାହୁ, ଶିବପ୍ରସାଦ ସାହୁ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ର କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ |


Share: