ବାଲୁଗାଁ ବାନଞ୍ଚଳ ଅଧିକାରୀଙ୍କ କାର୍ଯ୍ୟଳ ସମ୍ମୁଖରେ ଧାରଣା

Share:

ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଲେ ଶତାଧିକ ଆଦିବାସୀ ଅଖିଳ ଭାରତ କ୍ଷେତ ମଜଦୁର କିସାନସଭା ଦାମିଆ ବରବରା ଓ ନୀଳାଦ୍ରିପ୍ରସାଦ ପଂଚାୟତର ଆଞ୍ଚଳିକ କମିଟି ପକ୍ଷ ରୁ ଶତାଧିକ ପୁରୁଷ ଓ ମହିଳାମାନେ ପଡଯାତ୍ରା କରି ବାଲୁଗାଁ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖରେ ପହଂଚି ଧାରଣା ଦେଇଥିଲେ ଗତ କିଛି ମାସହେଲା ଉକ୍ତ ଦୁଇପଂଚାୟତର ଆଦିବାସୀ ଓ ପାରମ୍ପରିକ ବନବାସୀ ଙ୍କ ଉପରେ ବରବରା ଫରେଷ୍ଟ ବିଟର ବନକର୍ମଚାରୀ ମାନେ ଜୋର ଜ୍ଜୁଲ୍ଲମ ଅତ୍ୟାଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଏହି ପରିପ୍ରେକ୍ଷୀରେ ଦୁଇ ପଂଚାୟତ ବାସି ବାଲୁଗାଁ ବନାଞ୍ଚଳ ଅଧି କାରୀଙ୍କୁ ଏକ ଚାରିଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ଦାବିଗୁଡିକହେଲ୍ଲା 1.ବନ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ 2.ଗ୍ରାମ ସଭା ଜରିଆରେ ଜ୍ଜୁଙ୍ଗଳା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା. ପୂର୍ବରୁ ଜଙ୍ଗଲ ଜମି ପଟ୍ଟା ପାଈଁ ଆବେଦନକାରୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନକରିବା ଏ ବଉଁଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମ ଘୋଷଣା କରିବା, ଏନେଇ ବାଲୁଗାଁ ବନାଞ୍ଚକ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିକୁ ବନକର୍ମଚାରୀ ଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ବୋଲ୍ଲୀ ସୂଚନା ଦେଇଛନ୍ତି


Share: