ଅର୍ଚନା ନାଗ କିଛି ଗୁମର ଖୋଲିଲେନାହିଁ କାଲି କୋରିର୍ଟରେ ହଜାର ହେବେ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଆଜି ସରିଛି ବହୁଚର୍ଚ୍ଚିତ ଅର୍ଚନା ନାଗ ଲେଡି ବ୍ଲାକମେଲର ରିମାଣ୍ଡ ଅବଧି ।ସବୁଠାରୁ ବଡ଼ କଥା ହେଲା ଯେ ଶ୍ରଦ୍ଧାଞ୍ଜଳି -ଅର୍ଚନାଙ୍କୁ ମୁହାଁ ମୁହିଁ ଜେରା କରାଯାଇଥିଲେ ଅନେକ ତଥ୍ୟ ମିଳିପାରିଥାନ୍ତା ବୋଲି ଏକ୍ସପର୍ଟ କହିଛି l ବଡବଡିଆଙ୍କ କଥା ସାମ୍ନାକୁ ଆସିଥିଲା l ହାଇପ୍ରୋଫାଈଲ ରାଜ ନେତାଙ୍କଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ, ଜମିମାଫିଆ, ଗାଡି ବ୍ୟସାଇୟୀ ଏବଂ ପାୱାର କରିଡରର ଜଣାଶୁଣା ହସ୍ତିମାନେ ଏଥିରେ ଛନ୍ଦି ହୋଇଥିବା ନେଇ ଚର୍ଚ୍ଚା ବଢ଼ିଥିଲା କାହାର ଭିଡିଓ ଭାଇରାଲ ହୋଇଥିଲା ତ ପୁଣି ଆଉ କାହାର ଫୋଟୋ ପୋଜକୁ ନେଇ ଗରମ ହୋଇଥିଲା ସୋସିଆଲ ମିଡ଼ିଆ l ପୁଣି କିଏ ବ୍ୟବସାୟୀକ ସମ୍ପର୍କ ରଖିଲା l ଏହି ହସ୍ତୀମାନଙ୍କ ଲିଙ୍କ ପଦାରେକୁ ଆସିବ ଏବଂ ଅର୍ଚନା ସାମ୍ରାଜ୍ୟର ଗୁମର ଖୋଲିଲିବ ବୋଲି ରାଜ୍ୟବାସୀ ଆଶାବାନ୍ଧି ବସିଥିଲେ l ସେମିତି କିଛି ହେଲାନି ମଙ୍ଗଳବାର ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ତଦନ୍ତରେ ସହଯୋଗ କରିନଥିବା ସୂଚନା ମିଳିଛି । ପୂର୍ବରୁ ଅର୍ଚ୍ଚନା ଦୁଇ ଦୁଇ ଥର ଗଣମାଧ୍ୟମରେ ଯେଉଁ ଭଳି ବିସ୍ଫୋରକ ବୟାନ ଦେଇଥିଲେ, ସେଭଳି କୌଣସି ତଥ୍ୟ ରିମାଣ୍ଡ ଅବଧିରେ ଇଡିକୁ ଦେଇନାହାନ୍ତି । ମିଡିଆ ଆଗରେ ଆତ୍ମବିଶ୍ୱାସର ସହ କହିଥିଲେ ସେ ନିର୍ଦ୍ଦୋଷ, ଯଦି ସେ ମୁହଁ ଖୋଲିବେ ତେବେ ରାଜ୍ୟ ବଦଳିଯିବ । ଅର୍ଚ୍ଚନା ୭ ଦିନର ପଚରା ଉଚରା ଭିତରେ କୌଣସି ବଡ ଗୁମର ଖୋଲିନଥିବା ସୂଚନା ମିଳିଛି


Share: