ଇଟାକଣ୍ଡିଆ ଗ୍ରାମ ରେ ବିଳମ୍ବିତ ରାତ୍ରିରେ ଚୋରୀ

Share:

ମନୋରଞ୍ଜନ ମିଶ୍ର

ପଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଇଟାକଣ୍ଡିଆ ଗ୍ରାମର ତା ୧୫.୦୯.୨୦୨୨ ରିଖ ଗୁରୁବାର ବିଳମ୍ବିତ ରାତ୍ରିରେ ନୃସିଂହ ସେନାପତି ଙ୍କ ଘରୁ କେହି ଦୁର୍ବୁତ ଘରେ ପଶି ନଗଦ ୫୦,୦୦୦/ ଟଙ୍କା ସହ ୧୦ ଭରି ସୁନା,୧୦ଭରି ରୂପା ନେଇ ଯାଇଥିବା ନୃସିଂହ ସେନାପତି ଙ୍କ ସ୍ତ୍ରୀ ପ୍ରକାଶ କରିଅଛନ୍ତି, ରାତ୍ର ପ୍ରାୟ ୧ ଘଟିକା ସମୟରେ ବାହାରକୁ ଉଠିଥିବା ବେଳେ ଚୋର ଲୁଚି ରହି ପଶିଯାଇଥିବା ଅନୁମାନ କରୁଅଛନ୍ତି,ଘର ଲୋକ ମାନେ ଶୋଇବା ପରେ ଚୋର ଗଡରେଜ ତାଡି ଚୋରୀ କରି ନେଇଥିବା

ସନ୍ଦେହ କରୁ ଅଛନ୍ତି, ଗଲା ବେଳେ ତାଙ୍କର ପଛ କବାଟର ଢିଙ୍କଣିଙ୍କୁ ବନ୍ଦ କରି ଦେଇଯାଇଥିଲେ,ଘର ଲୋକ ସକାଳୁ ଉଠି ପାଖ ପଡେ଼ାଶୀଙ୍କୁ ଡାକି କବାଟ ଖୋଲାଇ ଥିଲେ ଏ ନେଇ ତନ୍ତିଆପାଳ ଥାନାରେ ଏକ ଅଭିଯୋଗ ମଧ୍ୟ କରି ଅଛନ୍ତି, ପୋଲିସ ତଦନ୍ତ ଜାରି ରଖିଛନ୍ତି। ବାକି ରହିଲା ଚୋର କେବେ ଧରା ପଡିବେ ।


Share: