ଅମିରାବାଦ ଉପ୍ରା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳରେ ମହା ଦୁର୍ନୀତି

Share:

ଯଜ୍ଞେଶ୍ଵର ଦାସ

ମହାକାଳୁପଡା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଅମିରାବାଦ ଉପ୍ରା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳରେ ଦେଖା ଦେଇଛି ମହା ଦୁର୍ନୀତି ଏହି ସ୍କୁଲର ପ୍ରଧାନ ଶିକ୍ଷକ କାର୍ତ୍ତିକ ସେଠୀଙ୍କ ବିରୁଦ୍ଧରେ ଚାଉଳ ହଡପ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଓ ଅଭିଭାବିକ ମାନେ ।ସ୍କୁଲର ଚାଉଳ recive କରିଛନ୍ତି ୪ ବସ୍ତା କିନ୍ତୁ stock ଅଛି,୩ ବସ୍ତା ତେଣୁ ଏଠି ସ୍ପଷ୍ଟ ଭାବେ ଜଣା ପଡୁଛି, ପ୍ରଧାନ ଶିକ୍ଷକ ଚାଉଳ କୁ ବିକ୍ରି କରି ଦେଇଛନ୍ତି ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ପଚାରିବାରୁ କହୁଛନ୍ତି ମୁଁ ଧାରେ ଦେଇଛି।ଉକ୍ତ ସ୍କୁଲର ଭାଙ୍ଗିଥିବା ଆଜବେଷ୍ଟ ଘରେ ହେଉଛି କ୍ଲାସ ଯେଉଁଠି ପିଲାମାନେ ବର୍ଷା ହେଲେ ଥାଳି ରଖୁଛନ୍ତି, ସେପଟେ ସରକାର ଙ୍କ ତରଫରୁ ହୋଇଥିବା ଛାତ ଘର ଏକ ରୁମ୍ ଦୀର୍ଘ ଦିନ ହେବ ତାଲା ପଡି ରହିଛି . ତେଣୁ ଏଠି ପ୍ରଶ୍ନ ଉଠୁଛି ପ୍ରଧାନ ଶିକ୍ଷକ ଙ୍କ ମନମାନ ଉପରେ,ଆମେ ପ୍ରଧାନ ଶିକ୍ଷକ ଙ୍କ ପ୍ରତି କ୍ରିୟା ନେବାକୁ ଗଲାବେଳେ ପ୍ରଧାନ ଶିକ୍ଷକ ସିଧାସଳଖ ମନା କରି ଦେଇଥିଲେ। ପ୍ରତିକ୍ରିୟା ନେବାକୁ ସମୟ ମଧ୍ୟ ମାଗି ଥିଲୁ ତଥାପି ମନା କରି ଦେଇଥିଲେ ପ୍ରତିକ୍ରିୟା ଦେବା ପାଇଁ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ହିସାବ ମାଗିଲେ ତାଙ୍କୁ କୈାଣସି ହିସାବ ଦେବାକୁ ରୋକ ଠୋକ ମନା କରି ଦେଇଛନ୍ତି ତେଣୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଦେଖି ବାକୁ ରହିଲା ଶିକ୍ଷା ବିଭାଗର କେବେ ଏହାର ତଦନ୍ତକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନନେବେ


Share: