କିନ୍ନରଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଫସଲ ନଷ୍ଟ କଲେ ମଦ୍ୟପ ଯୁବକ

Share:

ଖଲ୍ଲିକୋଟ :14/08:ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡି ଅନ୍ତର୍ଗତ କହେଁଇପୁର ଛକ ନିକଟରେ ବସବାସ କରୁଥିବା କିନ୍ନର ମାନଙ୍କୁ କିଛି ଅସାମାଜିକ ବ୍ୟକ୍ତିଙ୍କ ଅଶାଳୀନ ବ୍ୟବହାର ଓ ପରେ ସେମାନେ କରିଥିବା ଫସଲ କୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି | ସୂଚନା ଯୋଗ୍ୟ ଯେ ଅଭିଯୋଗକାରିଣୀ ରାଜଶ୍ରୀ କିନ୍ନର ଉକ୍ତ କହେଁଇପୁର ଛକ ନିକଟରେ 34 ଜଣ କିନ୍ନରଙ୍କୁ ନେଇ ବସବାସ କରନ୍ତି | ନିଜର ପେଟ ପୋଷିବା ପାଇଁ ସେମାନେ ଏସଏଚଜି ଗ୍ରୁପ ରୁ ଲୋନ ନେଇ ଫସଲ କରିଥାନ୍ତି | କିନ୍ତୁ ନିକଟସ୍ଥ ଭେଜିପୁଟ ଗ୍ରାମର ମିଟୁ ନାହାକ ଓ ଗୟା ନାହାକ ଗତ ଏଗାର ତାରିଖ ରାତ୍ରୀରେ ମଦ୍ୟପାନ କରି ରାଜଶ୍ରୀ ଙ୍କ ଘରକୁ ଯାଇ ଅଶାଳୀନ ବ୍ୟବହାର କରିବା ସହ ସେମାନେ ଲଗାଇଥିବା ବାଇଗଣ ଗଛ କୁ ଉପାଡିଦେଇଥିବା ଅଭିଯୋଗ ହୋଇଛି | ଉକ୍ତ ଘଟଣାରେ ରାଜଶ୍ରୀ ଭେଜିପୁଟ ଫାଣ୍ଡି ରେ ଲିଖିତ ଅଭିଯୋଗ ଦେଇଛନ୍ତି | ଏ ନେଇ ଭେଜିପୁଟ ଫାଣ୍ଡି ଅଧିକାରୀ ଙ୍କୁ ଯୋଗାଯୋଗ କରିବାରେ ସେ ଘଟଣାର ଅନୁଧ୍ୟାନ କରିବେ ବୋଲି ଜଣାଇଛନ୍ତି | ଯଦି ଉକ୍ତ ଘଟଣାରେ ପୋଲିସ ତରଫରୁ କୌଣସି ପଦକ୍ଷେପ ନିଆନଯାଏ ତେବେ ଫାଣ୍ଡି ଆଗରେ ସେମାନେ ଧାରଣା ଦେବେ ବୋଲି ରାଜଶ୍ରୀ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି |


Share: