ପାହାଡ଼ ଗୁତାକୁ କେନ୍ଦ୍ରକରି ଜମି ମାଲିକଙ୍କୁ ଆକ୍ରମଣ, ଥାନାରେ ଏତଲା

Share:

ଗଞ୍ଜାମ :25/8/2021ପାହାଡ଼ ଗୁତାକୁ ନେଇ ବିବାଦ । ଘରୋଇ ଜମିରେ ରାସ୍ତା ନିର୍ମାଣ କରିବା ପାଇଁ ଜମି ମାଲିକ ଙ୍କୁ ଆକ୍ରମଣ । ଜୀବନ ପ୍ରତି ବିପଦ ଥିବା ନେଇ ଜମି ମାଲିକ ଥାନାର ଦ୍ୱାରସ୍ତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢା଼ମ୍ବ ନିକଟସ୍ଥ ଦେଓଗାଁ ପାହାଡ଼ ନିକଟରେ ରବିବାର ସଂଧ୍ୟାରେ ବୁଢା଼ମ୍ବ ର କ୍ରସର୍ ମାଲିକ ଚନ୍ଦ୍ର ଶେଖର ପ୍ରଧାନ ଓରଫ ଡାକ ପ୍ରଧାନଙ୍କୁ ଦୁଇଜଣ ଅଜଣା ବ୍ଯକ୍ତି ନମ୍ବର ବିହୀନ ଏକ ପଲସର୍ ରେ ଆସି ଧମକ ଦେଇଥିଲେ । ପାହାଡ଼ ଗୁତାକୁ କେନ୍ଦ୍ରକରି ଏହି ଧମକ ଦିଆଯାଇଥିବା ବେଳେ ତାଙ୍କୁ ଛୁରୀ ରେ ଆକ୍ରମଣ ଉଦ୍ଯମ ମଧ୍ୟ କରାଯାଇଛି । ଘଟଣାକୁ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇ ଦୃବୁର୍ତ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଜମି ମାଲିକ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜମି ମାଲିକଙ୍କୁ ଆକ୍ରମଣ କରିଥିବା ଦୁର୍ବୁତ୍ତ ମାନେ ଓଡିଶା ର ଜଣେ ପ୍ରଶାସକଙ୍କ ନା ନେଇ ଧମକ ଦେଇଥିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କିଛି ଅଘଟଣ ଘଟିଲେ ପ୍ରଶାସନ ଓ ପାହାଡ଼ ଲିଜ ଧରି ଦାୟୀ ରହିବେ ଵୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଜମି ମାଲିକ ।

ରିପୋର୍ଟ ଭଗବାନ ପାଢି।


Share: