ପଦ୍ମପୁର ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା

Share:

ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଆଜି ବିଧିବଦ୍ଧ ଭାବେ ଶପଥ ନେଲେ ପଦ୍ମପୁରର ନୂଆ ବିଧାୟିକା ବର୍ଷା ସିଂ ବରିହା । ବିଧାନସଭାରେ ବାଚସ୍ପତି ବର୍ଷାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବିଜେଡିର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାୟିକା ଭାବେ ଶପଥ ନେଇଛନ୍ତି ବର୍ଷା । ପଦ୍ମପୁର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାଜିତ କରି ନୂଆ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ବର୍ଷା । ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁରରେ ଉପ-ନିର୍ବାଚନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ବିଜେଡି ବିଜୟଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଥିଲା l ଲୋକଙ୍କମମସ୍ୟା ସାମଧାନ ପ୍ରଥମିକତା ଦେବୀ ମୋଠାରୁ ଯେଉଁମାନେ ବଡ଼ ଛନ୍ତି ସେ ମାନଙ୍କୁ ସାମ୍ନାନ ଦେବୀ ଓ ସେମାନେ ମୋତେ ଆଶୀର୍ବାଦ ଦେବେ ମୁଁ ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସମସ୍ୟା ବୁଝିଵୀ ବୋଲି ବର୍ଷା କହିଛନ୍ତି


Share: