ବିଜେପି ବ୍ଲକ ଘେରାଉ ଓ ସ୍ମାରକ ପତ୍ର ପ୍ରଦାନ

Share:

ଯଜ୍ଞେଶ୍ଵର ଦାସ ଓ ନିତ୍ୟ ସୁନ୍ଦର ଜେନା

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ ସମ୍ବଖରେ ଜିଲ୍ଲା ବିଜେପି ନେତୃତ୍ବରେ ଆଜି ଏକ ପ୍ରତିବାଦ ସଭାର ଆୟୋଜନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିୟତା ବ୍ଲକ୍ ଘେରାଉ B D.O ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି, ବିଜେପି ନେତା ମାନେ ରାଜ୍ୟ ସରକାରଙ୍କୁ ଦୋଷ ରୋପ କରିଥିଲେ ଓ ଅଯୋଗ୍ୟ ହିତାଧୀକାରୀଙ୍କୁ ତାଲିକାରୁ ବାଦ୍ ଦିଅ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅ ବୋଲି ଦାବି କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର ପଣ୍ଡା ଓବିସି ମୋଖ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ , ସୈାଭାଗ୍ୟ ପରିଡ଼ା , ଜାନକୀ ପ୍ରଧାନ , ସରୋଜକାନ୍ତ ସାହୁ ,ପ୍ରକାଶ ପ୍ରଧାନ ,ପ୍ରଶାନ୍ତ ସେଠୀ ,ତରୁଣ କାଞ୍ଜିଲାଲ୍,ଶ୍ରୀମନ୍ତ ଦାସ , ଶଶିକାନ୍ତ ପରିଡ଼ା ,ପ୍ରତାପ ରଞ୍ଜନ ତ୍ରିପାଠୀ ପ୍ରମୁଖ ବିଜେପି ନେତା ମାନେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ଅନିୟମିୟତା ନେଇ ନିଜ ନିଜ ବକ୍ତବାରେ ଘୋର ପ୍ରତିବାଦ କରିଥିଲେ ,ଓ ଆଗାମୀ ଦିନରେ ସଂଶୋଧନ ନ କରାଗଲେ ମହାକାଳପଡା ବ୍ଲକରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଅଛନ୍ତି । ସୈାଭାଗ୍ୟ ପରିଡ଼ା ଙ୍କ ନେତୃତ୍ବରେ ବାୟାବାବା କଲେଜ ଛକ ଠାରୁ ଏକ ବିରାଟ ରାଲି ରେ ଯାଇ ସଭା ସ୍ଥଳରେ ପହଞ୍ଚି ଥିବାର ଦେଖିବାକୁ ମିଳିଥିଲା


Share: