ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ପ୍ରଥମେ ଲକ୍ଷ୍ୟ ଖୋଜିବାକୁ ହେବ ବୋଲି ଜିଲ୍ଲା ଶିଳ୍ପ କେନ୍ଦ୍ର ,ରାୟଗଡ ଦ୍ୱାରା ପ୍ରାୟୋଜିତ ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ୱାରା ଥେରୁବାଲି ଗୋପବନ୍ଧୁ ନଗର ସ୍ଥିତ ଇମ୍ଫା ଏମ୍ପ୍ଲଇଜ କ୍ଲବ ପରିସରରେ ଆୟୋଜିତ ଏକ ଦିବାସୀୟ ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ମୁଖ୍ୟ ପରିଚାଳକ ଶ୍ରୀମାନ ବିକାଶ ଚନ୍ଦ୍ର ବାଇନ , କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମାନ ଗୌର ଚନ୍ଦ୍ର ପଟ୍ଟନାୟକ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ। ଶିଳ୍ପ ତାଲିମ କେନ୍ଦ୍ର ର ନିର୍ଦେଶକ ଶ୍ରୀମାନ ସରୋଜକାନ୍ତ ଚୌଧରୀ , ଓରମାସ ର ସହକାରୀ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ମନୋଜ କୁମାର ପାତ୍ର, ଥେରୁବାଲି ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ର ପରିଚାଳକ ଶ୍ରୀମାନ ଶୁଭ୍ରାଂଶୁ ମହାପାତ୍ର , କୋଲନରା ପଂଚାୟତ ସମିତି ର ଉପାଧ୍ୟକ୍ଷ ଶ୍ରୀମାନ ହଳଧର ହିମିରିକା ଏବଂ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ଶ୍ରୀମାନ ସବ୍ୟସାଚୀ ସାହୁ, ଶ୍ରୀମାନ ନିରଞ୍ଜନ ମଲିକ ଓ ଶ୍ରୀମାନ ସୁନୀଲ ପଟନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀମାନ କଲୋଲ କୁମାର ନାୟକ , ଉପ-ମୁଖ୍ୟ ପରିଚାଳକ (କାର୍ମିକ ଓ ପ୍ରଶାସନ) ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ସମସ୍ତ ଅଂଶ ଗ୍ରହଣକାରୀଙ୍କ ଉଦ୍ଦେଶ୍ୟ ରେ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀବିକାଶ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଶିଳ୍ପଦ୍ୟୋଗୀ ମାନଙ୍କୁ ପ୍ରେରିତ କରିଥିଲେ। ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଇମ୍ଫା ଓ ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ର କର୍ମକର୍ତ୍ତା ପ୍ରଭାକର ପଣ୍ଡା, ଲକ୍ଷ୍ମୀଧର ମିଶ୍ର, ରବୀନ୍ଦ୍ର କୌଶଲ୍ୟା ଓ ସୂର୍ଯ୍ୟମଣି ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଇମ୍ଫା ପାରିପାର୍ଶ୍ବିକ ଅଂଚଳର ପାଞ୍ଚଟି ପଂଚାୟତ ର ୮୦ ରୁ ଉର୍ଦ୍ଧ ଶିଳ୍ପଦ୍ୟୋଗୀ ବେକାର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରି ଆଲୋଚନା ରେ ସକ୍ରିୟ ଭାଗିଦାରିତା ପ୍ରଦର୍ଶନ କରିଥିଲେ। ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ , ଇମ୍ଫାର ଏଭଳି କାର୍ଯ୍ୟକ୍ରମ କୁ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିବା ଜନପ୍ରତିନିଧିମାନେ ଭୁୟସୀ ପ୍ରଶଂସା କରିଥିଲେ।


Share: