ଗୌଡ଼ ସଦ୍ଭାବନା ଗୃହ ଉଧଘାଟିତ

Share:

ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ।

ରାୟଗଡ:ମୁନିଗୁଡା ବ୍ଲକ ର ଆଗୁଳ ଗ୍ରାମ ପଂଚାୟତ ରେ ସର୍ବାଧିକ ଗୌଡ଼ ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ , ଅଧିକାଂଶ ଲୋକ ଗୋ ପାଳନ ଓ ଚାଷ ଉପରେ ନିର୍ଭର କରି ଜୀବିକା ଅର୍ଜନ କରିଥାନ୍ତି ।

ସରକାର ଙ୍କ ସେମାନଙ୍କୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ଜ଼ୀଲ୍ଲା ପରିଷଦ ପାଣ୍ଠି ମୁନିଗୁଡା ଖ ଯୋନ ଦ୍ୱାରା ଏକ ଅନୁଦାନ କରି ଏକ ସଭାଗୃହ ନିର୍ମାଣ କରାଯାଇଥିଲା ଆଜି ଶ୍ରୀ ବୃନ୍ଦାବନ ଗୌଡ଼ ବିଶିଷ୍ଟ ଆଇନଜୀବୀ ତଥା ପରୋପକାରୀ ଓ ଗୌଡ଼ ସମାଜର ମଉଡ଼ ମଣି ଙ୍କ ଦ୍ଵାରା
ଗୌଡ଼ ଗୋଷ୍ଠି ଗୃହ ଉଧଘାଟିତ ହୋଇଯାଇଛି । ୟା ସହିତ ଆଗୁଳ ଗ୍ରାମ ର ବଡ଼ ଚାଷୀ ବୁଦ୍ଧିଆ ଗୌଡ଼ ଓ ମୀନକେତନ ଉପସ୍ଥିତି ରହି ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।ଗୌଡ଼ ସମାଜ ର ସଭାପତି ହରିଶ୍ଚନ୍ଦ୍ର ଗୌଡ଼ ପୌରହିତ୍ୟି ରେ ସମାଜ କୁ କିଭଳି ଆହୁରି ମଜବୁତ କରି
ଭାଇଚାରାର ପରିବେଶ ସୃଷ୍ଟି କରି ସମସ୍ତ ଙ୍କ ଇଉପକାର ରେ ସାମିଲ ହେବେ ସେ ସଂପର୍କରେ ବୁଝାଇ ଥିଲେ । ଅସୁବିଧା ବେଳେ କାନ୍ଧ କୁ କାନ୍ଧ ମିଳେଇ ଚାଲିଲେ ସବୁ ସମସ୍ୟା ର ସମାଧାନ ର ଦିଗ ମିଳିବ ବୋଲି ଶ୍ରୀ ବୃନ୍ଦାବନ ଗୌଡ଼ ଜାଣାଇଛନ୍ତି ତେବେ ଏଇ ଗୋଷ୍ଠି ଗୃହ ଭବିଷ୍ୟତ ରେ ଗୌଡ଼ ସମାଜ କୁ ଆହୁରି ମଜବୁତ , ଏକତ୍ରିତ କରି ଗଢ଼ି ତୋଳିବ ଏଥିରେ ସନ୍ଦେହ ନାହିଁ l


Share: