ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା : ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ରାୟଗଡ଼ା କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ଅତିରିକ୍ତ ଜିଲ୍ଲାପାଳ ରାୟାଗଡ଼,ଧର୍ମଆନନ୍ଦ ବେହେରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ବେଳେ ସମ୍ମାନୀୟ ଅତିଥି ରୂପେ ରାୟଗଡ଼ା ପୌରପରିଷଦ ନଗରପାଳ ପି. ମହେଶ ପଟନlୟକ,ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୂଷିକା ଆଦି ଯୋଗଦାନ କରି ନିଜର ବକ୍ତବ୍ୟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଅତୁଳନୀୟ ଅବଦାନ ଓ ସଂଗ୍ରାମ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ଶଙ୍କର୍ଷଣ ମଙ୍ଗରାଜ, ଉପସଭାପତି ଦାଶରଥି ରାଜଗୁରୁଓ ହରିଶ୍ଚନ୍ଦ୍ର ଶବର, ସହରର ମନ୍ୟଗଣ୍ୟ ବ୍ୟକ୍ତି,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୂସ୍ମିତା ବାଉରୀ,ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ସଭାପତି ଓ ଯୁବକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେହିଭଳି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରାକ୍ଷେପକ ପୀତବାସ ବିଶ୍ୱାଳ, ରାଜସ୍ୱ ସହାୟକ ରାମ ଚନ୍ଦ୍ର ପାତ୍ର,ଗ୍ରନ୍ଥା ଗାରିକ ଡ଼ମ୍ବରୁଧର ପଣ୍ଡା,ସଂଚାଲକ ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ରାଜରନ୍ଦ୍ର ଦୋରା, ଅଜିତ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି , ଶାସ୍ତ୍ରୀନଗର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଏବଂ ଆର.ଏସ.ଇ.ଡବ୍ଲୁ.ସି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଠିକ ସେହିପରି ଭୁବନେଶ୍ୱର ଠାରେ ମୋହା ଆଡମ୍ବର ରେ
ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ରେ , ଲକ୍ଷ୍ମଣନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ରାୟଗଡ଼ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ,ସମାଜସେବୀ ବିଦ୍ୟାଦୁରିଆ,ଓଜେଉ ରାୟଗଡ଼ା ସଭାପତି ଶ୍ରୀ ସୁବ୍ରତ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାୟଗଡା ଜ଼ିଲ୍ଲା ବିଷମକଟକ ବ୍ଲକ ଉପାଦକ୍ଷ ଶ୍ରୀ ଦେବି ପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ର ନାର। ଦେଇ, ତାଙ୍କର ଜୟଗାନ କରିଥିଲେ। ଶ୍ରୀ ସାରକା କହିଥିଲେ ଯେ ଭାରତ ସ୍ୱାଧୀନ ପାଇଁ ଅବିଭକ୍ତ କୋରାପୁଟ ଜ଼ିଲ୍ଲା ର ଆଦିବାସୀ ମାନଙ୍କୁ ନେଇ ବ୍ରିଟିଶ ସରକାର ଙ୍କ ବିରୋଧ ରେ ଯେଉଁ ଡାକରା ଦେଇ ଫାଶୀ ପାଇଥିଲେ ପୃଥିବୀ ରର ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ ସ୍ବର୍ଗତ ଲକ୍ଷ୍ମଣ ନାୟକ ଙ୍କ ନାମ ରହିବ ବୋଲି କହିଥିଲେ l


Share: