୪୨ ମୌଜାରେ ବନ ମହୋତ୍ସବ ପାଳନ ଓ ପ୍ରକୃତି ବନ୍ଧୁ ନବକିଶୋରଙ୍କ ଜଙ୍ଗଲ ସୃଷ୍ଟି ଅଭିଯାନ ସଫଳ

Share:

ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /କଟକ : କଟକ ସଦର ୪୨ମୌଜା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତ ଶ୍ରୀରାମରେ ବନ ମହୋତ୍ସବ ସପ୍ତାହ ଓ ନବଦିନ ବ୍ୟାପୀ ପବିତ୍ର ରଥଯାତ୍ରା ପାଳନ ସପ୍ତାହ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା ଦୀର୍ଘ ୩୦ ବର୍ଷ ଧରି ଅବ୍ୟାହତ ରଖିଥିବା ଜଙ୍ଗଲ ସୃଷ୍ଟି ଅଭିଯାନରେ ଚଳିତ ବର୍ଷ ଏକ ହଜାର ସଂଖ୍ୟା ବିଶିଷ୍ଟ ପୁଣି ଏକ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତି କରିଛନ୍ତି । ଏହି ଅବସରରେ ପ୍ରକୃତି ବନ୍ଧୁଙ୍କର ଏହି ଅଭିଯାନକୁ ଉତ୍ସାହିତ କରିବା ପାଇଁ “ସମର୍ପିତ କଟକ ପରିବାର” ଅଧିକାରୀ ଦୂର୍ଗା ଚରଣ ପ୍ରଧାନଙ୍କ ନେତୃତ୍ୱରେ ସାମାଜିକ ନ୍ୟାୟ କର୍ମୀ ତଥା ପରିବେଶବିତ ବସନ୍ତ କୁମାର ପଣ୍ଡା ପ୍ରାଥମିକ ବୃକ୍ଷ ରୋପଣ ସ୍ୱରୂପ ତୁଳସୀ ବୃକ୍ଷ ଓ କଦଳୀ ବୃକ୍ଷ ପକାଇ ଏହି ବିଶ୍ଵ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମର୍ପିତ କଟକ ପରିବାର ମହନ୍ତ ଭଗବତୀ ପ୍ରସାଦ ପତି,ଚନ୍ଦନ ପଣ୍ଡା,ରିଙ୍କୁନ ଦିକ୍ଷୀତ,ଚିତ୍ତରଞ୍ଜନ ପଣ୍ଡା,କୁନୁରି ପାଣିଗ୍ରାହୀ,ଜ୍ୟୋତି ରଞ୍ଜନ ମହାନ୍ତି , ହେମନ୍ତ ଖଟୁଆ ଓ ସନ୍ତୁଆ ଆଚାର୍ଯ୍ୟ ପ୍ରଭୁତି ଉପସ୍ଥିତ ଥିଲେ। ବୃକ୍ଷ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଫଳରେ ବିଶ୍ଵ ତାପମାତ୍ରା ବଢି ଚାଲିବା ଓ ଅମ୍ଳଜାନ ଅଭାବ ଦିନକୁ ଦିନ ମଣିଷ ସମାଜ ପାଇଁ ମହା ବିପଦ ସୃଷ୍ଟି କରି ଚାଲିଛି। ଏଣୁ ଆଗାମୀ ଦିନରେ ବୃକ୍ଷରୋପଣ ଓ ସଂରକ୍ଷଣ ପାଇଁ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ କରାଯିବ ବୋଲି ସମର୍ପିତ କଟକ ପରିବାର ଅଧିକାରୀ ଓ ମହନ୍ତ ପ୍ରକାଶ କରିଛନ୍ତି।


Share: