ଭୁବନ ଥାନା ପକ୍ଷରୁ DJ ଜବତ, ଦୁଇଜଣ DJ ଅପରେଟର ଗିରଫ

Share:

ପପୁ ସାହୁ

ଢେଙ୍କାନାଳ, ଭୂବନ ଗତକାଲି ବିଳମ୍ବିତ ରାତିରେ କାର୍ତ୍ତିକେଶ୍ଵର ଭଷାଣି ଯାତ୍ରା ସମୟରେ ଧାର୍ଯ୍ଯ ନିୟନ୍ତ୍ରଣ ଶବ୍ଦ ଠାରୁ ଅଧିକ ଯୋରରେ ଛାତିଥରା ଶବ୍ଦ ବଜାଇବା ହେତୁ ସ୍ଥାନୀୟ ବଣିଆ ସାହି ଲୋକମାନେ ବିରୋଧ କରିଥିଲେ ।

ଯାହାକୁ ନେଇ ଗଣ୍ଡଗୋଳ ଓ ମାଡପିଟା ହୋଇଥିଲା ଓ ଜୈନେକ ଯୁବକ ଙ୍କ ମୁଣ୍ଡ ଫାଟି କ୍ଷତାକ୍ତ ହୋଇଥିଲା । ଆଜି ଏନେଇ ଥାନାରେ ଏକ ଅଭିଯୋଗ ଦାଖଲ କରିବା ପରେ ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ଵାଇଁ କେଶ୍ ନମ୍ବର୍ ଆଇପିସି ଧାରା ୧୮୬୦/୨୯୪,୩୨୩,୩୨୫, ୩୦୭,୩୪,ଓ ଓଡିଶା ଅଗ୍ନିଶମ ଓ ଶବ୍ଦ ପ୍ରଦୂଷଣ ଆଇନ ୧୯୫୮/୫ ରେ ମାମଲ ରୁଜୁ କରିଛନ୍ତି । ଥାନା ଅଧିକାରୀ ପକ୍ଷରୁ ବ୍ଲୁ ଭାଇରସ ନାମକ ଡିଜେ ଗାଡିକୁ ଜବତ କରିବା ସହିତ ଶବ୍ଦ ପ୍ରଦୂଷଣ ନେଇ ପରମିଶନ ନଥିବା ହେତୁ ଏହାର ମାଲିକ/ଅପରେଟର ବଡ଼ମ୍ବା ଥାନା ଝାଜିଆ ଗ୍ରାମର ଗଣେଶ୍ଵର ବେହେରା ଙ୍କ ପୁତ୍ର ସନ୍ତୋଷ କୁମାର ବେହେରା (୨୬),ଓ ଡ୍ରାଇଭର ନିତ୍ୟାନନ୍ଦ ବେଜ ଙ୍କ ପୁତ୍ର ଚିନ୍ତାମଣି ବେଜ (୨୧) ଏବଂ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଏବେ ଏହାକୁ ନେଇ ଗ୍ରାମରେ ଅନେକ ଚର୍ଚ୍ଚା ହେଉଛି ।
ପ୍ରଶାସନ ଡିଜେ ସାଉଣ୍ଡ କୁ ସମ୍ପୂର୍ଣ୍ଣ ବନ୍ଦ କରାଇବାକୁ ବୁଦ୍ଧିଜୀବୀ ମାନେ ମତପୋଷଣ କରୁଛନ୍ତି ।
ତେବେ ଆଗାମୀ ଦିନରେ ଡିଜେ ସାଉଣ୍ଡ ନେଇ ଭୁବନ ପୋଲିସ କଡା ଆଭିମୁଖ୍ଯ ପୋଷଣ କରିବ ବୋଲି ଥାନାଧିକାରୀ ଜଣାଇଛନ୍ତି ।


Share: