ସିକରପାଇ ଉଚ୍ଚ ବିଦ୍ୟାଳୟ ର ଜ଼ିଲ୍ଲା ସ୍ତରୀୟ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଚଳିତ ମାସ ୨/୩/୪ ତିନି ଦିନ ଧରି ସରକାରୀ ଉଚ୍ଚ ବିଦ୍ୟାଳୟ ସିକରପାଇ ଠାରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ୍ ର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା , ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଶତ୍ରୁଘ୍ନ ମଲ୍ଲିକ ଏବଂ ଜିଲ୍ଲା ରେଡ଼କ୍ରସ ଅଫିସର ଶ୍ରୀ ମ୍ରୃତ୍ୟୂଞ୍ଜୟ ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ସମସ୍ତ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ର ଓ ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ନୃତ୍ୟ, ଗୀତ,ବତ୍କୃତା, ଚିତ୍ର, କୁଇଜ୍ ଇତ୍ୟାଦି ବିଭିନ୍ନ ବିଭାଗରେ ପିଲାମାନେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବସନ୍ତ ଦେବୀ ବିଦ୍ୟାପୀଠ ର ଛାତ୍ରୀ ମାନେ ଦଳଗତ ନ୍ରୃତ୍ୟ,ଦଳଗତ ସଙ୍ଗୀତ ଓ ଏକକ ସଙ୍ଗୀତ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ସାଂସ୍କୃତିକ ବିଭାଗରେ ଚମ୍ପିୟାନ ହୋଇ ବିଦ୍ୟାଳୟ ପାଇଁ ସୁନାମ ଆଣିଦେଇଛନ୍ତି ଏବଂ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ଶତପଥୀ ଙ୍କ ପ୍ରେରଣାରେ ଶିକ୍ଷକ ଶ୍ରୀ ମନୋଜ୍ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ଏହି ସଫଳତା ହାସଲ କରିଥିବା ଛାତ୍ରୀ ମାନେ ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମ ର ସଫଳ ରୂପାୟନ ଓ ସହଯୋଗ ପାଇଁ ସିକରପାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Share: