ମୋ କଲେଜ ଅଭିଯାନର ଜିଲ୍ଲାସ୍ତରୀୟ ସମ୍ମିଳନୀ

Share:

ପପୁ କୁମାର ସାହୁ

ଦେଙ୍କନାଳ :ମୋ କଲେଜ ଏକ ଅଭିଯାନ ନୁହେଁ , ଏକ ଆବେଗ । ଏହି ପରିକଳ୍ପନାକୁ ସାକାର କରିବା ପାଇଁ ଓଡିଶା ସରକାର ୨୦୨୧ ମସିହାଠାରୁ ” ମୋ କଲେଜ ଅଭିଯାନ ” ର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୨୩ ମସିହା ପାଇଁ ଢେଙ୍କାନାଳ ଜିଲ୍ଲାରେ ମୋ କଲେଜ ଅଭିଯାନର ପ୍ରଥମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଡିଟୋରିୟମ୍ ଠାରେ ତା.୧୩.୦୧.୨୦୨୩ ରିଖ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଂଜିତ କୁମାର ପ୍ରଧାନ ମଞ୍ଚାସୀନ ଅତିଥିଙ୍କୁ ସ୍ବାଗତ କରିବା ସହିତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଂପୃକ୍ତି , ସଂଯୋଗ ଓ ସହଯୋଗ ବଳରେ ଏ ଅନୁଷ୍ଠାନର ଭିତ୍ତିଭୂମି ଓ ସାମଗ୍ରିକ ପରିବେଶକୁ ଅଧିକ ବିକଶିତ ଓ ସମୟୋପଯୋଗୀ କରିବା ପାଇଁ ଆଗେଇ ଆସିବାକୁ ବିନମ୍ର ଅନୁରୋଧ କରିଥିଲେ । ଉକ୍ତ ସଭାରେ ” ମୋ କଲେଜ ଅଭିଯାନ ” ପରିଚାଳନା ସଂଗଠନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଏହି ଅଭିନବ ଅଭିଯାନର ବିଶେଷତ୍ବ ଓ ଆଭିମୁଖ୍ୟ ସଂପର୍କରେ ପି.ପି.ଟି. ପ୍ରେଜେଣ୍ଟେସନ୍ ମାଧ୍ୟମରେ ବିଶଦ ଆଲୋଚନା କରିବା ସହିତ ଉପସ୍ଥିତ ଉତ୍ସାହୀ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରିୟ ଶିକ୍ଷାନୁଷ୍ଠାନର ବିକାଶ ପର୍ବରେ ସାମିଲ୍ ହେବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପୁରାତନ ଛାତ୍ରସଂଘ ସଭାପତି ମେଜର ଡ . ଅଭୟ କୁମାର ପଣ୍ଡା ଓ ସଂପାଦକ ଶ୍ରୀଯୁକ୍ତ ବିଶ୍ବନାଥ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଏହି ପରିକଳ୍ପନା ଓ ପ୍ରକଳ୍ପକୁ ପ୍ରଶଂସା କରିବା ସହିତ ମହାବିଦ୍ୟାଳୟର ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ ନିମନ୍ତେ ଅଧିକ ସଂଖ୍ୟାରେ ପୁରାତନ ବନ୍ଧୁମାନଙ୍କୁ ଏ ଅନୁଷ୍ଠାନ ସହିତ ଯୋଡିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । “ ମୋ କଲେଜ ଅଭିଯାନ ” ର ସଂଯୋଜକ ଡ . ଦେବାଶିଷ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ” ମୋ କଲେଜ ଅଭିଯାନ ” ର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖି ଏ ଅଭିଯାନ ଉକ୍ତ ମହାବିଦ୍ୟାଳୟରେ କ୍ରିୟାଶୀଳ ଅଛି ବୋଲି ମତ ରଖିଥିଲେ । “ ଜଏ ଅଫ୍ ଗିଭିଙ୍ଗ୍ ” କୁ ଭିତ୍ତିକରି ଏ ଅନୁଷ୍ଠାନର ପୁରାତନ ଛାତ୍ରୀ ତଥା ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ . ସୋମ୍ୟା ନନ୍ଦ ଏକ ଆବେଗପୂର୍ଣ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୨୧ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ମୋ କଲେଜ ଅଭିଯାନର ସଂଯୋଜକ , ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ , ହିତୈଷୀ , ଶୁଭାକାଂକ୍ଷୀ , ଗଣ ମାଧ୍ୟମର ପ୍ରତିନିଧି , ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , ଛାତ୍ରଛାତ୍ରୀ , କର୍ମଚାରୀ ଓ ଅନ୍ୟାନ୍ୟ ସଜ୍ଜନମଣ୍ଡଳୀ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ସଭାରେ ଡ . ସୋମ୍ୟ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ତ , ମଞ୍ଜୁଳିକା ନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ପୁରାତନ ଛାତ୍ର ତଥା ଅଧ୍ୟାପକ ଡ . ସମ୍ବିତ୍ କୁମାର ସାହୁ ମହାବିଦ୍ୟାଳୟର ପୁରାତନ ଛାତ୍ରସଂଘ ସହ ସମନ୍ବୟ ରକ୍ଷା କରିଥିଲେ । ଶେଷରେ ମୋ କଲେଜ ଅଭିଯାନର ସଂଯୋଜକ ଡ . ଦେବାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Share: