ଗ୍ରାମ ଅଧିକାରୀ ବନ ବିହାରୀ ଜେନାଙ୍କ ବିୟୋଗରେ ଶୋକ

Share:

ଓଡିଶା ବ୍ୟୁରୋ ଚିଫ

କଟକ ସଦର – କଟକ ସଦର ୪୨ ମୌଜା ବହଳପଡା ଗ୍ରାମ ଅଧିକାରୀ ତଥା ଅଧ୍ୟାତ୍ମିକବାଦୀ ପୁରୁଷ ବନ ବିହାରୀ ଜେନା(୭୩)ଙ୍କ ହୃଦଘାତରେ ପରଲୋକ ଘଟିଛି ।

ADVT

ବଡ଼ପୁତ୍ର ପ୍ରତାପ ଜେନା ମୁଖାଗ୍ନୀ ଦେଇଥିଲା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରି ଗ୍ରାମ ଶ୍ମଶାନ ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ADVT

ବହୁ ମାନ୍ୟଗଣ୍ୟ ବ୍ୟକ୍ତବିଶେଷଙ୍କ ସହ ଚତୁର୍ଦ୍ଦଶ ମଣ୍ଡଳୀର ସର୍ବାଧିକାରୀ,ଗ୍ରାମ କମିଟିର ମୁଖ୍ୟ ଆଦି ସମସ୍ତେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ପକ୍ଷରୁ ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ରାଜ୍ୟ ବାହାରୁ ସ୍ଵର୍ଗତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ସେ ଜଣେ ମେଳାପି,ମିଷ୍ଟଭାଷୀ,ନ୍ୟାୟବନ୍ତ ଏବଂ ପରୋପକାରୀ ବ୍ୟକ୍ତ ଭାବେ ସମଗ୍ର ଅଞ୍ଚଳରେ ସୁପରିଚିତ ଥିଲେ ଏଥିସହ ଗ୍ରାମର ବିଭିନ୍ନ ପର୍ବପର୍ବାଣୀ ପାଳନ, ପୂଜ୍ୟପୂଜା, ଧାର୍ମିକ କାର୍ଯ୍ୟରେ ମୁଖ୍ୟ ପୁରୋଧା ଭାବେ କାର୍ଯ୍ୟ କରିଥିଲେ ।


Share: