ମୀରାବାଇ କଳାବିକାଶ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ପାଳିତ।
ପପୁ ସାହୁ ଙ୍କ ରିପୋର୍ଟ
ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଅଗ୍ରଣି ନୃତ୍ୟ ଓ ସଙ୍ଗୀତ ମହା ବିଦ୍ୟାଳୟ ମୀରାବାଇ କଳାବିକାଶ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବ। ଏହି ଉତ୍ସବକୁ ପ୍ରଥମ ଦିନ ଢେଙ୍କାନାଳ ସାଂସଦ ମହେଶ ସାହୁ ମୂଖ୍ୟଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥୀ ଭାବେ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ ସାହୁ ଓ ମୂଖ୍ୟବକ୍ତା ଭାବେ ପୁରୀ ଗୋବର୍ଦ୍ଦନ ପୀଠ ସଚିବ ମାତୃପ୍ରସାଦ ମିଶ୍ର ଉପସ୍ଥିତ ରହି ଅନୁଷ୍ଠାନର ଦିର୍ଘାୟୁ କାମନା କରିଛନ୍ତି। ମୀରାବାଇ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଭଗବାନ ଗୁରୁଙ୍କ ଉଦ୍ୟମ ଫଳରେ ଢେଙ୍କାନାଳ ଜିଲ୍ଲାର କଳାକାର ଗଢିବାର ଅନ୍ୟତମ ଏନ୍ତୁଡିଶାଳ ହୋଇପାରିଛି ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଛନ୍ତି । ଏହି ଅନୁଷ୍ଠାନରୁ ବହୁ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ନିଜ ନିଜର କଳା ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି।

ତେବେ ତିନିଦିନ ଧରି ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାରମ୍ଭରେ ଶହିଦ ବୀର ବାଜିରାଉତଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଗିତିନାଟ୍ୟ ଦର୍ଶକ ମାନଙ୍କର ମନମୋହିଛି।