ସରସ୍ୱତୀ ମାଝୀ ବାଜିମାତ କଲେ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡା:ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁସରି ପଦର ଗ୍ରାମର ସରସ୍ୱତୀ ମାଝୀ ନିର୍ଦ୍ବନ୍ଦ୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାସଲ କରିବାରେ ସଫଳ ହୋଇଛନ୍ତି ।ଆଜି ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ବିଜେଡ଼ିର କାଶୀପୁର ଗ ଜୋନରୁ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟାସରସ୍ୱତୀ ମାଝୀଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ନିର୍ଦ୍ଧାରିତ ସମୟ ସୁଦ୍ଧା ଅନ୍ୟ କେହିନାମାଙ୍କନ ପତ୍ରଦାଖଲକରି ନ ଥିବାରୁ ନିର୍ଦ୍ବନ୍ଦ୍ବ ନିର୍ବାଚିତ ହୋଇ ଥିବାର ଘୋଷଣା କରାଯାଇଥିଲା ।ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଗୁଣପୁର କଲେଜରୁ ଵିଜ୍ଞାନ ରେ ସ୍ନାତକହାସଲ କରିବା ପରେ ଚାକିରୀ ଅନ୍ବେଷଣରେ ରହିଥିଲେ ।କିନ୍ତୁ ରାଜନୀତି ରେ ପ୍ରବେଶ ନେଇ କଳ୍ପନା କରି ନ ଥିବା ସରସ୍ୱତୀ ଚଳିତ ପଞ୍ଚାୟତ ନିର୍ବାଚନବିଜେଡ଼ି ଟିକେଟରୁ କାଶୀପୁର ଗ ଯୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।ଜ଼ିଲ୍ଲାପରିଷଦ ଅଧକ୍ଷା ନିର୍ବାଚିତ ପରେ ଶସେ କହିଛନ୍ତି ମୁଁ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ୀ ଙ୍କ କିପରି ବିକାଶ ହେବ ଓ କାଶୀପୁର ବ୍ଲକ ର ସର୍ବାଙ୍ଗନ ଉନ୍ନତି ପାଇଁ କମକାରବି କିନ୍ତୁ ମୋତେ ସମଗ୍ର ଜ଼ିଲ୍ଲା ବାସୀଙ୍କ ସହଯୋଗ ଦରକାର ମୁଁ ତ ଏକା କିଛି କରିପାରିବି ନାହିଁ ତେଣୁ ମୁଁ ସମସ୍ତ ଜ଼ିଲ୍ଲା ବସି ଙ୍କୁ ଅନୁରୋଧ କରୁଛି ମୋତେ ସହଯୋଗ କରିବା ପାଇଁ ସରସ୍ବତୀ ଙ୍କ ପିତା ପବିତ୍ର ମାଝୀ ଏବଂ ମାଆ ସାରମ ମାଝୀଙ୍କ ଚାରି ପୁଅ ଝିଅ ଙ୍କ ମଧ୍ୟରୁ ବଡ଼ ଝିଅ ସରସ୍ୱତୀ ମାଝୀ ଟିକିରି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରୁ ପଞ୍ଚମପାସ କରିବା ପରେ ଭୁବନେଶ୍ୱର କିସ ରେ ମାଟ୍ରିକ ପାସ କରି ଥିଲେ । ପରେକାଶୀପୁର ବ୍ଲକ ସ୍ଥିତ ଡଙ୍ଗାସିଲ ସ୍ଥିତ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରୁ ଯୁକ୍ତ ଦୁଇ ବିଜ୍ଞାନ ରୁ ଉତ୍ତୀର୍ଣ୍ଣ ହୋଇ ଗୁଣପୁର କଲେଜ ରେ ଯୁକ୍ତତିନି(ବିଜ୍ଞାନ)ରୁ ଉତ୍ତୀର୍ଣ୍ଣ ହୋଇ ଥିବା ଜଣା ଯାଇଛି ।ସମାଜ ସେବୀ ଭାବେ ପରିଚିତ ପିତା ପବିତ୍ର ମାଝୀ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେ କାମ କରି ବହୁଲୋକଙ୍କ ସମ୍ପର୍କରେ ଆସିଥିଲେ ।ଏବେ ସେ ଚାଷବାସ କରି ପରିବାର ଚଳାଇବା ସହ ପୁଅ ଝିଅ ଙ୍କୁ ଶିକ୍ଷିତ କରିବାର ପ୍ରୟାସ ରହିଛନ୍ତି ।ସେହିପରି କାଶୀପୁର ବ୍ଲକକୁ ପ୍ରାଧାନ୍ୟଦେଇ ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମିଳି ଥିବାରୁ ଏ ଅଞ୍ଚଳର ବିକାଶ ନେଇ ଅଞ୍ଚଳ ବାସୀ ଖୁସି ପ୍ରକାଶ କରିଛନ୍ତି ।ସରସ୍ୱତୀ ଙ୍କୁ ବିଭିନ୍ନମହଲରୁ ଶୁଭେଚ୍ଛା, ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।


Share: