ବଡ ଖାଇରଖମରେ କୂଅରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

Share:

ଭଗବାନ ପାଢ଼ୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ ଖାଇରଖାମା ଗ୍ରାମରେ କୂଅରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧା ଜଣଙ୍କ ହେଲେ ସେହି ଗ୍ରାମର ଜମ୍ଭୁ ଦାସ(୭୦) । ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ଏକ ଟିମ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ଅନ୍ୟପଟେ କୋଦଳା ଅଗ୍ନିସମ ବାହିନୀ ପହଂଚି ଶବକୁ ଉଦ୍ଧାର କରିଥିବା ବେଳେ ବେଗୁନିଆପଡା ପୋଲିସ ଏକ ମାମଲା ଦାଏର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି । ଜମ୍ଭୁ କୌଣସି କାରଣରୁ ଖସି ପଡିଥିବା ଅନୁମାନ କରାଯାଉଛି । ସେପଟେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବେଗୁନିଆପଡା ଫାଣ୍ଡି ଅଧିକାରୀ ଶ୍ରୀ ଦେଉରୀ ସୂଚନା ଦେଇଛନ୍ତି ।


Share: