ଗୁଲୁଣ୍ଠି ଏସଏସଡି ହାଇସ୍କୁଲ ର ୧୦ ଛାତ୍ରୀ ପତଳା ଝାଡାରେ ଆକ୍ରାନ୍ତ,ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଂଚାୟତ ଅଧିନ ଗୁଲୁଣ୍ଠି ଏସଏସଡି ଉଚ୍ଚ ବିଦ୍ୟାଳୟ ରେ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ହଷ୍ଟେଲ ର ୧୦ ଜଣ ଅନ୍ତେବାସୀ ମଙ୍ଗଳବାର ଦିନ ପତଳା ଝାଡାରେ ଆକ୍ରାନ୍ତ ହୋଇଥିଲେ , ଘଟଣା ସମ୍ପର୍କରେ ସୂଚନା ପାଇବା ସଂଗେ ସଂଗେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ ଏହି ଦଶ ଜଣ ଅନ୍ତେବାସୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରାଥମିକ ଚିକିତ୍ସା କରିଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ନ ଆସିବାରୁ ଅପରାହ୍ନ ସମୟରେ ରାମନାଗୁଡା ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲଭଲି ଖୁରା ୫ମ, ଝୁନୁ ହାରକା ୮ମ ,ସାଇଲୁ ତାଡିଙ୍ଗି ୮ମ ,ଜସ୍ମିତା ଶବର ୯ମ ,ଭବାନୀ କାଡ୍ରାକା ୯ମ ,ସିସିରିନା ଶବର ୯ମ , ନମିତା କନ୍ଧପାଣି ୧୦ମ ,ଅନୁଜିତା ଶବର ୧୦ମ ,ଲଳିତା ମାଣ୍ଡାଙ୍ଗି ୧୦ମ ,ତ୍ରିଷ୍ଟିନା ଗମାଙ୍ଗ ୧୦ମ ରେ ହଷ୍ଟେଲ ରହି ଶିକ୍ଷା ଅଧ୍ୟୟନ କରୁଥିବା ଏହି ୧୦ ଜଣ ଅନ୍ତେବାସୀ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଅଧିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା, ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସୁମନବାଳା ଭଞ୍ଜ ରାମନାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଅନ୍ତେବାସୀ ଙ୍କ ନିକଟରେ ଉପସ୍ଥିତ ରହିଥିବା ବେଳେ ଏହି ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ହୋଇଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି , ଆଉ ଏକ ମେଡ଼ିକାଲ ଟିମ ବିଦ୍ୟାଳୟ ରେ ପହଁଚି ଅନ୍ୟାନ୍ୟ ପିଲା ମାନଙ୍କୁ ଚିକିତ୍ସା କରିବା ସହ ଖାଦ୍ୟ ର ମାନ ଯାଞ୍ଚ କରିଥିଲେ ସେହିପରି ଛାତ୍ରୀ ହଷ୍ଟେଲ ରେ ଅନ୍ତେବାସୀ ଙ୍କ ପାଇଁ ପାନୀୟ ଜଳ ଭାବରର ବ୍ୟବହାର କରୁଥିବା ପିଇବା ପାଣି କୁ ପରୀକ୍ଷା ନିମନ୍ତେ ସଂଗ୍ରହ କରିଥିବା ଜଣାପଡ଼ିଛି , ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ବିଷୋୟୀ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କୁ ପଚାରି ବୁଝିଥିଲେ ,ଏହି ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ ଙ୍କ ସହିତ ଯୋଗାଯୋଗ କରିବାରୁ ଏଭଳି ଘଟଣା କେଉଁ କାରଣରୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ର ମାନ ପରୀକ୍ଷା କରାଯାଇଥିବା ବେଳେ ପାନୀୟ ଜଳ ଭାବେ ବ୍ୟବହୃତ ହେଉଥିବା ପାଣି କୁ ପରୀକ୍ଷା କରିବା ପାଇଁ ପଠାଯାଇଛି ଏବଂ ତାର ରିପୋର୍ଟ ଆସିଲେ କେଉଁ କାରଣରୁ ଏଭଳି ଘଟିଲା ତାହା ଜଣାପଡ଼ିବ ବୋଲି କହିଥିଲେ ।


Share: