ସହରରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ର ଠାରେ ଜାତୀୟ ମହିଳା ଦିବସ ପାଳି
ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ
ସୁବର୍ଣ୍ଣ ପୁର :ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ର ଠାରେ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଓ ନୂତନ ବିଉଟି ପାର୍ଲର ଟ୍ରେନିଂ ର ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ସଦର SDPO ପୁଷ୍ପାଞ୍ଜଳି ନୀଙ୍ଗି ତାଲିମ ସିବିରକୁ ଉଦଘାଟନ କରିବା ସହିତ ଆଗାମୀ ଦିନରେ ମହିଳା ମାନେ କିପରି ଆତ୍ମ ନିର୍ଭର ଶିଳ ହୋଈ ପାରିବେ ସେ ବିଷୟ ରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ସାମ୍ୟକ ବିବରଣୀ ପ୍ରଦାନ କରିଥିଲେ ଟେଲରିଙ୍ଗି ତାଲିମ ନେଇ ସ୍ବାବଲମ୍ବୀ ହୋଈ ଥିବା ଦେଉଳ ପଦର ଗୌରୀ କମ୍ପ ଙ୍କୁ SDPO ପୁଷ୍ପାଞ୍ଜଳି ନିଙ୍ଗି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ LDM ସରୋଜ ମିଶ୍ର,SBI ନିର୍ଦ୍ଦେଶକ ଅଜିନା ଟୁଡୁ , ଜିଲ୍ଲା ତାଲିମ ନିର୍ଦ୍ଦେଶକ ଶୈବାଲିନୀ ପଟ୍ଟନାୟକ , ପ୍ରଶିକ୍ଷକ ସତ୍ୟବ୍ରତ ଦାସ , ପଦ୍ମ ଲୋଚନ ନାୟକ, ଅସିତ୍ ପାଣିଗ୍ରାହି ସମେତ ୟୁନିଅନବ୍ୟାଙ୍କ ମେନେଜର୍ ସିଦ୍ଧାନ୍ତ ନାରାୟଣନ, ଜିଲ୍ଲା ଶିଳ୍ପ କେନ୍ଦ୍ର କର୍ମକର୍ତ୍ତା ସନ୍ଦୀପ ମୁଦୁଲି, ମାଧବ ଆଡ ଯୁଆଡି , ରଥି କୁମର , ସମାଜ ସେବି ମୋନଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆନ୍ତର୍ଜାତୀୟ ମହିଳା ଦିବସ ଉପସ୍ଥିତ ଥିବା ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।