ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆଇନ୍ ସଚେତନତାଶିବିର

Share:

ପପୁ କୁମାର ସାହୁ

ଦେଙ୍କନାଳ :ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦିଶ ପ୍ରସାଦ ମହାନ୍ତ ଙ୍କ ନିର୍ଦ୍ଦେଶକ୍ରମେ ନୂଆଗାଁ ଗ୍ରାମ ପଂ ଚାୟତ , ଢେଙ୍କାନାଳ ଠାରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀମତି ସତରୂପା ଶତପଥୀ ସମାଜରେ ଥିବା ଅବହେଳିତ ଓ ଗରିବ ଲୋକମାନଙ୍କୁ କିପରି ସୁବିଧାରେ ଆଇନ ସେବା ଯୋଗାଇ ଦିଆଯାଇ ପାରିବ , ସେ ବିଷୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ରୋତା ମାନଙ୍କୁ ବିସଦଭାବରେ ବୁଝାଇଥିଲେ । ପ୍ରାଧିକରଣର ସଚିବ ଶ୍ରୀମତି ମମିତା ସାହୁ ଅଂଚଳର ଲୋକମାନେ କିଭଳି ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଏବଂ ଯଦି କୌଣସ ସମୟ ରେ କାହାର ଅଧିକାର କ୍ଷୁନ୍ନହେଉଥାଏ ସେ କିଭଳି ଭାବରେ ଆଇନଗତ ସହାୟତା ପାଇପାରିବ ସେବିଷୟରେ ଉପସ୍ଥିତ ଜନ ସମୁଦାୟଙ୍କୁ ଅବଗତ କରାଇଥିଲେ ।

ଶିଲାନ୍ତୁ ରଂଜନ ବେହେରା , ଆଂଚଳିକ ପରିବହନ ଅଧିକାରି , ଢେଙ୍କାନାଳ ସରକାରଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଗ୍ୟାନ ରଂଜନ କର , ସମାଜ ମଙ୍ଗଳ ଅଧିକାରି ଉପସ୍ଥିତ ଥିବା ଲୋକମାନେ କିଭଳି ବିଧବା ଭତା , ବର୍ଧକ୍ୟ ଭତା ମିଳିପାରିବ ସେବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ , ଶ୍ରୀ ସଂଗ୍ରାମ ଦଳାଇ ସଙ୍ଗଠିତ ଶ୍ରମିକ / ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଏବଂ ଏହାର ସୁବିଧା ସୁଯୋଗ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ଶିବିରରେ ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ସୁଧାଶ୍ରୀ ସୁଝଳିଆ , ସ୍ଥାନୀୟ ସରପଂଚ ସୁମିତ୍ରା ଭୁଆଁ , DLSA ଢେଙ୍କାନାଳର PLVs , ବଶିଷ୍ଠବରାଳ , ଅଭିରାମ ବାରିକ , ଅନୁପ ନାୟକ , ଅଶୋକ ନାଏକ ଉପସ୍ଥିତ ଥିଲେ ।


Share: