ଗୋଟିଏ ପୋଖରୀ କୁ ଦୁଇଟି ନାମ ଦେଇ ମନେରେଗା ଯୋଜନାରେ ଟଙ୍କା ହରିଲୁଟ ଅଭିଯୋଗ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଦୁର୍ନୀତି ଖୋର ଯନ୍ତ୍ରୀ ଓ ଠିକାଦାର ଙ୍କ ଏଟିଏମ ସାଜିଛି ଆର୍ଥିକ ଅନଗ୍ରସର ଲୋକଙ୍କୁ ରୋଜଗାର ଯୋଗାଉଥିବା ସରକାର ଙ୍କ ମନେରେଗା ଯୋଜନା l ଏହି ଯୋଜନା ବର୍ତମାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ପାଇକଯମୁନା ପଞ୍ଚାୟତ ରେ ଲୋକଙ୍କୁ ରୋଜଗାର ଦେବା ବଦଳେ ବାହୁବଳୀ ଠିକାଦାର ଓ ଦୁର୍ନୀତି ଖୋର ଯନ୍ତ୍ରୀ ଙ୍କୁ ସରକାରୀ ଟଙ୍କା ଚଳୁ କରିବାର ଦେଇଛି ନୁଆଁ ବାଟ l କାରଣ ପଞ୍ଚାୟତ ର ବଣପଲ୍ଲୀ ନିକଟ ଗୁଡି଼ବନ୍ଧ ର ପୁନଃରୁଦ୍ଧାର ଓ ଉନ୍ନତି କରଣ ଲାଗି 2017 ଆର୍ଥିକ ବର୍ଷରେ ମନେରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ବିଲ ହୋଇଥିବା ବେଳେ ତାର କିଛିବର୍ଷ ନବିତୁଣୁ ପୁଣି ଚଳିତ ଆର୍ଥିକ ବର୍ଷ ରେ ଏହି ପୋଖରୀ ର ନାମ ପରିବର୍ତନ କରି ମନେରେଗା ରେ ଅମୃତ ସରୋବର ଯୋଜନା କରଯାଇ କୋଡିଏ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ମିଳିଛି ସୂଚନା l

ତେବେ ଏହି ପୋଖରୀ ରେ କୌଣସି କାର୍ଯ୍ୟ ନକରାଯାଇ ତାର ବାରମ୍ବାର ନାମ ପରିବର୍ତ୍ତନ କରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସରକାରୀ ଟଙ୍କା ଚଳୁ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ lଏହି ଅମୃତ ସରୋବର ଯୋଜନା ଟିର ଗତ ଜୁଲାଇ ମାସରେ ବ୍ଲକ ଅଧ୍ୟକ୍ଷା ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଶୁଭ ଦେଇଥିବା ବେଳେ ବର୍ତମାନ ସୁଦ୍ଧା ଯୋଜନା ବାବଦକୁ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଛି l ଆଶ୍ଚର୍ଯ୍ୟର ବିଷୟ ଭିତ୍ତିପ୍ରସ୍ତର ରେ ରହିଥିବା ସୂଚନା ରେ ଯୋଜନାର ଅଟକଳ ମୂଲ୍ୟ ଛଡା ଅନ୍ୟ କୌଣସି ବିଷୟ ଲେଖାଯାଇନାହିଁ l ତେବେ ଏଠି ପ୍ରଶ୍ନ ଉଠୁଛି ଆର୍ଥିକ ବର୍ଷ ସହିତ କାର୍ଯ୍ୟ ସମ୍ବନ୍ଧରେ କୌଣସି ସୂଚନା ନଥିବା ଫଳକ ଅଧକ୍ଷା ଉଦଘାଟନ କଲେ କିପରି ? କାହିଁକି ଲୋକଙ୍କୁ ଭୁଆଁ ବୁଲାଇବାକୁ ଏମିତି ପ୍ରୟାସ କରିଛି ବ୍ଲକ ପ୍ରଶାସନ ? ଏହି ଦୁର୍ନୀତି ପଛରେ ବ୍ଲକ ପ୍ରଶାସନ ର ମଧ୍ୟ ରହିଛିକି ହାତ? ସେପଟେ ଏହି ବିଷୟ ନେଇ କଣ କହୁଛନ୍ତି ପଞ୍ଚାୟତ ର ସରପଞ୍ଚ ଶୁଣନ୍ତୁ l
ତେବେ ଏହି ଯୋଜନା ହରିଲୁଟ ପଛରେ ପଞ୍ଚାୟତ ର ଯନ୍ତ୍ରୀ ଙ୍କ ସମେତ ଠିକାଦାର ସମ୍ପୃକ୍ତ ଥିବା ଆଲୋଚନା ହେଉଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ


Share: