ଦୁନିଆରୁ ଚିର ଦିନ ପାଇଁ ବିଦାୟ ନେଲେ ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଗୁରୁ ନରି ସାରେ.
ଯଜ୍ଞେଶ୍ଵର ଦାସ

ମହାକାଳୁପଡା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଶ୍ରୀ ଶ୍ରୀ ବାୟାବାବ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଗୁରୁ ନରେନ୍ଦ୍ର ନାଥ ପାତ୍ର commerce ବିଭାଗର H.O.D. ଦୁନିଆରୁ ଚିରି ଦିନ ପାଇଁ ବିଦାୟ ନେଲେ ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଅଧ୍ୟାପକ ନରି ସାରେ କିଛି ଦିନ ହେବ. ଅସୁସ୍ଥ ହୋଇ ଡାକ୍ତର ଖାନାରେ ଚିକିତ୍ସା ହେଉଥିଲେ, ଆଜି ସେ ଚିର ନିନ୍ଦ୍ରାରେ ଶୋଇ ଯାଇଛନ୍ତି. ସଂସାର ଛାଡି, ତାଙ୍କର ବିଜୟନଗର ସ୍ଥିତ ବାସଭବନରେ ରାତ୍ର ୧୦ ଘଟିକା ସମୟରେ ତାଙ୍କର ମୃତ ଶରୀର ଆସି ପହଞ୍ଚିଲା ବେଳେ. ସେଠାରେ ସେହି ଅଞ୍ଚଳ ଏକ ପ୍ରକାର ଶୋକା କୁଳ ପରିବେଶ ସୃଷ୍ଟି ହୋଇଥିଲା . ଖୁବ୍ କମ୍ ସମୟ ମଧ୍ୟରେ ଏହି ଅଞ୍ଚଳ ଜନ ସମୁଦ୍ର ହୋଇଯାଇଥିଲା ଆଉ ତାଙ୍କ ବାସଭବନ ବିଜୟନଗର ସ୍ଥିତ ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା. କଲେଜର ଅଧ୍ୟାପକ ମାନେ ତଥା ଛାତ୍ର ଛାତ୍ରୀ ଙ୍କ ଭିଡ ଜମି ଯାଇଥିଲା. ଏବଂ ଏହି ଅଞ୍ଚଳ ମଧ୍ୟ ମାନ୍ୟ ଶୂନ୍ୟ ବ୍ୟକ୍ତି ପହଞ୍ଚିଯାଇଥିଲେ. ସମସ୍ତଙ୍କର ଆଖିରେ ଲୁହର ଧାର ଦେଖା ଦେଇଥିଲା ତାଙ୍କର ପରିବାର ତଥା ବନ୍ଧୁ ବାନ୍ଧବ ମାନେ ମଧ୍ୟ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ, ଶ୍ରୀ ଶ୍ରୀ ବାୟାବାବ କଲେଜରେ ଶୋକର ଛାୟା ଖେଳି ଯାଇଥିଲା, ସେ ଜଣେ ଜ୍ଞାନର ଗନ୍ତାଘର ର ଅଧିକାରୀ ଥିଲେ. ସେ ଭଲ ପାଠ ପଢ଼ାଇବା ସହିତ କଲେଜରେ ଅନେକ Development କାର୍ଯ୍ୟରେ ନିଜକୁ ସାମିଲ କରୁଥିଲେ, ତେଣୁ କଲେଜର ସମସ୍ତ
ଷ୍ଟାପ ତଥା ସମସ୍ତ ଛାତ୍ର ଛାତ୍ରୀ ମାନେ ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ଅଛନ୍ତି , ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଏହି ଅଞ୍ଚଳ ଏକ ପ୍ରକାର ନିସ୍ତଦ ହୋଇ ଯାଇଥିଲା ସମସ୍ତେ ହତବାକ ହୋଇ ଯାଇଥିଲେ, ସମସ୍ତ ଙ୍କ ମୁହଁରୁ ଦୁଃଖର ଆଭାସ ଦେଖିବାକୁ ମିଳିଥିଲା.