କୁସ୍ତି ପ୍ରତିଯୋଗିତ
ରଞ୍ଜନ ଦାସ ଙ୍କ ରିପୋର୍ଟ ।
ପୁରୀ :ରିଖ ରବିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ସୁରଜମଲ ସାହା ମହାବିଦ୍ୟାଳୟ, ପୁରୀ ଆନୁକୂଲ୍ୟରେ ଆନ୍ତମହାବିଦ୍ୟାଳୟ କୁସ୍ତି ପ୍ରତିଯୋଗିତା ସ୍ଥାନୀୟ ବାରବାଟୀ ଯାଗା କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରତିଯୋଗିତାରେ ଓଡିଶାର କୋଣ ଅନୁକୋଣରୁ ପ୍ରାୟ 40 ଜଣ ପ୍ରତିଯୋଗୀ ବିଭିର୍ଣ୍ଣ ବର୍ଗରେ ଅଂଶଗ୍ରହଣ କରିଥିଲେ |

ଏହି ପ୍ରତି ଯୋଗିତାରେ ଯୋଗ୍ୟ ଖେଳାଳିମାନଙ୍କୁ ଚୟନ କରାଯାଇ ଚୌଧୁରୀ ଦେବୀଲାଲ ବିଶ୍ୱବିଦ୍ୟାଳୟ, ହରିୟାଣାରେ ସର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ତରର କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ ପାରିବେ |ଏହି ପ୍ରତିଯୋଗିତାକୁ ସୁରାଜମଲ ସାହା ମହାବିଦ୍ୟାଳୟର ଅଧକ୍ଷା ଡ. ସନ୍ଧ୍ୟାରାଣୀ ମହାପାତ୍ର ଉଦଘାଟନ କରିଥିଲେ | ଉଦଘାଟନ ସମୟରେ ବାରବାଟୀ ଜାଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଉପସ୍ଥିତି ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରତିଯଯୋଗୀତାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାଶ, ଶୃଯୁକ୍ତ କୃଷ୍ଣ ମୋହନ ପାତ୍ର ଓ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ |

ଏ ସମସ୍ତ ବ୍ୟକ୍ତି ସର୍ବ ଭାରତୀୟ ସ୍ତରରେ କୁସ୍ତି ପ୍ରତିଯୋଗିତା ପରିଚାଳନା କରିବା ପାଇଁ ସ୍ୱୀକୃତିପ୍ରାପ୍ତ ଅଫିସିଆଲ, ଏତତ ବ୍ୟତୀତ ପ୍ରଫେସର ନୀଳକଣ୍ଠ ମିଶ୍ର, ଅଧ୍ୟାପକ ଏବଂ ହରିହର କର,କ୍ରୀଡାଶିକ୍ଷକ ସୁରାଜମଲ ସାହା ମହାବିଦ୍ୟାଳୟ, ପୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗ ଓ ମହିଳା ବିଭାଗରେ ସୁରଜମଲ ସାହା ମହାବିଦ୍ୟାଳୟ ଦଳଗତ ଚମ୍ପିୟାନ ହୋଇଥିବା ବେଳେ ରନର୍ସଅପ କାଟେଗୋରିରେ ପୁରୁଷ ବିଭାଗରେ ସାମନ୍ତ ଚନ୍ଦ୍ରଶେଖର ସୋୟଂଶାସିତ ମହାବିଦ୍ୟାଳୟ ଏବଂ ମହିଳା ବିଭାଗରେ ଏ. ଡି ମହାବିଦ୍ୟାଳୟ, ବ୍ରହ୍ମଗିରି ଗୋଷିତ ହେଇଅଛି |ଏଥିରେ ଓଡିଶା ରାଜ୍ୟ କୁସ୍ତି ସଙ୍ଘର ସମ୍ପାଦକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବେହେରା, ରାଜ୍ୟ କୋଷାଧକ୍ଷ ଶ୍ରୀଯୁକ୍ତ କୁମାରରାୟ, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଶ୍ରୀଯୁକ୍ତ ରବିଶଙ୍କର ପ୍ରତିହାରୀ ଉପସ୍ଥିତ ଥିଲେ |