ଫରେଷ୍ଟ ପାର୍କ ଠାରେ ମାଗଣା ଯୋଗ ଶିବିର ର ଶୁଭାରମ୍ଭ

Share:

ଶ୍ୟାମ ସୁନ୍ଦର ପଣ୍ଡାଙ୍କ ରିପୋର୍ଟ ।

ସୁବର୍ଣ୍ଣପୁର :ଆଜି ସକାଳ 6 ଘଣ୍ଟା ସମୟରେ ସୁବର୍ଣ୍ଣପୁର ସ୍ମାର୍ଟ ଫରେଷ୍ଟ ପାର୍କ ଠାରେ ଏକ ମାଗଣା ଯୋଗ ପ୍ରଶିକ୍ଷଣ ଶିବିର ର ଶୁଭାରମ୍ଭ କରାଯାଇଛି l

ସ୍ୱଚ୍ଛ ଭାରତ ସଂଗଠନ, ପୌର ପରିଷଦ ଓ ପତଞ୍ଜଳି ଯୋଗ ସମିତି ର ମିଳିତ ସହଯୋଗ ରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମ କୁ ସୋନପୁର ଉପ -ଜ଼ିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଶୁଭ ଉଦଘାଟନ କରି ଯୋଗାଭ୍ୟାସ ଦ୍ୱାରା ମଣିଷ ସୁସ୍ଥ ରହିବା ସହିତ ଆମେ ଏକ ସୁସ୍ଥ ସମାଜ ଗଠନ କରି ପାରିଵା ବୋଲି ମତ ରଖି ମହତ ଲକ୍ଷ୍ୟ ନେଇ ଆୟୋଜିତ ଆଜି ର ଏହି ଶିବିର ବିଭିନ୍ନ ବର୍ଗ ର ଲୋକଙ୍କୁ ଓ ସଂସ୍ଥା କୁ ସଂଗଠିତ କରି ପାରିଛି ବୋଲି ଆୟୋଜକ ଙ୍କୁ ପ୍ରଶଂସା କରି ଶିବିର ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଅନ୍ୟ ତମ ଅତିଥି ପ୍ରାକ୍ତନ ପୋୖରାଧ୍ୟକ୍ଷ୍ୟ ପ୍ରକାଶ ସାହୁ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଯୋଗ ଦେଇ ସଂଗଠନ ର ଏହି ମହତ କାର୍ଯ୍ୟକ୍ରମ କୁ ସବୁଦିନ ଜାରି ରଖିଵା ପାଇଁ ସମସ୍ତ ସହାୟତା ପ୍ରଦାନ କରିବାକୁ ମତ ରଖିଥିଲେ lସ୍ୱଚ୍ଛ ଭାରତ ସଂଗଠନ ସମେତ କଲେଜ ଏନ ସି ସି ଲେଫ୍ଟନାଣ୍ଟ ଆଶିଷ ଅଗ୍ରୱାଲl ଓ ସମସ୍ତ କ୍ୟାଡେଟ, ଆର ଏସ ଏସ, ଭୀମ ଭୋଇ ସେବା ଟ୍ରଷ୍ଟ, ଓ ପାର୍କ ର ମର୍ନିଙ୍ଗ ୱାକର ଅନେକ ଶତାଧିକ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଓ ଡା, ଆଭାସ ବାବୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆୟୋଜକ,ପ୍ରଶିକ୍ଷକ, ଓ ଉପସ୍ଥିତ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସ୍ୱଚ୍ଛ ସାଥି ଙ୍କୁ ଉତ୍ସାହିତ କରି ଏହା କୁ ଜାରି ରଖିବା ପାଇଁ କହିଥିଲେ l ଏବଂ କୁଷ୍ଠ ରୋଗୀ ଙ୍କୁ ଆଜୀବନ ସମସ୍ତ ସେବା ଯୋଗାଇ ଆସୁଥିବା ସ୍ୱଚ୍ଛ ଭାରତ ର ବରିଷ୍ଠ ସଭ୍ୟ ତଥା କୁଷ୍ଠ ସାଥି ବୃନ୍ଦାବନ ରଥ ଙ୍କୁ ସମ୍ବର୍ଦ୍ଧିତ କରି କୁଷ୍ଠ ସାଥି ଶ୍ରୀ ରଥ ଙ୍କୁ କୃଷ୍ଣ ଭଗବାନ ଙ୍କ ସାଥି ବୋଲି ଏଡିଏମ ଶ୍ରୀ ଦାଶ ପ୍ରଶଂସା କରି ତାଙ୍କ ଦୀର୍ଘାୟୁ କାମନା କରିଥିଲେ l ଆଜି ର ଏହି ଯୋଗ ଶିବିର କୁ ପତଞ୍ଜଳି ଯୋଗ ସମିତି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ପରିଚାଳନା କରିଥିବା ବେଳେ ଉଦ୍ଘାଟନୀ ଓ ଉଦଯାପନୀ ସଭା କୁ ସ୍ୱଚ୍ଛ ଭାରତ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ l ଅତିଥି ମାନଙ୍କୁ ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, ଉପଦେଷ୍ଟା ଗରିବ ଲୋଇ ଓ ସଭ୍ୟ ନାରାୟଣ ରଥ ଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଆଜି ର ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟ ଙ୍କୁ ଅତିଥି ଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ର ନୁଆଁ ପରିଚୟ କାର୍ଡ ପ୍ରଦାନ କରାଯାଇଥିଲା l ସଭା ଶେଷ ରେ ସ୍ୱଚ୍ଛ ଭାରତ ର ଅନ୍ୟତମ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ କିଛି ବାର୍ତ୍ତା ରଖି ଧନ୍ୟବାଦ ଅର୍ପଣ କରିଥିଲେ l ଏନ ସି ସି ଲ୍ୟାଫ୍ଟନାଣ୍ଟ ଆଶିଷ ଆଗ୍ରୱାଲା, ସ୍ୱଚ୍ଛ ସାଥି ହରି ଚୌଧୀରି, ଏଡ଼ଭୋକେଟ ରଶ୍ମି ରଞ୍ଜନ ଦାଶ ଓ ସ୍ୱଚ୍ଛ ଭାରତ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l


Share: