ହାତୀ ଶାବକର ମୃତଦେହ ଉଦ୍ଧାର ।

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ଅଧୀନ ବୁଗୁଡ଼ା ରେଞ୍ଜର ବଣପଲ୍ଲୀ ବିଟ ହାଉସ ଅଧୀନ ପ୍ରତାପ ଧନଞ୍ଜୟପୁର ଓ ବେଲାପଡା କୋଇଲି ତୋଟା ପାଖ ଏକ ଧାନ ବିଲରୁ ହାତୀ ଛୁଆର ମୃତଦେହ ଠାବ ହୋଇଛି । ମୃତ ହାତୀର ଶୁଣ୍ଢରେ ବିରାଟ କ୍ଷତସୃଷ୍ଠି ହେବା ସହ ରକ୍ତ ସ୍ରାବ ବାହାରୁଥିବା ଦେଖିବାକୁ ମିଳିଛି ।

ମୃତ ହାତୀର ବାୟସ ପାଖାପାଖି ଅଢେଇ ବର୍ଷ ରୁ ତିନି ବର୍ଷ ହେବା ନେଇ ଅନୁମାନ କରାଯାଉଛି । ହାତୀଟି ଶିକାର ପାଈଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଏଭଳି କ୍ଷତ ସୃଷ୍ଠି ଅନୁମାନ କରାଯାଉଛି। ଆଜି ହାତୀଟି ଜମିରେ ପଡ଼ିଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ । ପରେ ଖବର ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛନ୍ତି । ସେପଟେ ହାତୀ ଟି ଅତ୍ୟଧିକ ଧାନ ଖାଇବା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା କହିଛନ୍ତି ବନ ବିଭାଗ ଅଧିକାରୀ l


Share: