ବାଣପୁର ଦେଓଗାଁ ସମବାୟ ସମିତିରେ ସାର ବିକ୍ରିରେ କଳାବଜାରି

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ଚାଷୀଙ୍କ ଆଖିରେ କଳା କନା ବାନ୍ଧି କଳା ବଜାରୀ କଲେ ସମବାୟ ସମିତିର ସେକେଟ୍ରି ଓ ସଭାପତି , ସରକାର ଚାଷୀଙ୍କୁ ଉପଯୁକ୍ତ କ୍ରେୟରେ ସାର ଦେବାପାଇଁ ଡେଙ୍ଗୁରା ପିଟୁଥିବା ବେଳେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ସମବାୟ ସମିତି ଠାରେ ଚାସୀଙ୍କୁ ଶୋଷଣ କରି ପକେଟ ଗରମ କରୁଛନ୍ତି ସେକେଟ୍ରି । କଳା ବଜାରୀ ସାର ଘଟଣାକୁ ନେଇ ଆଜି କିଛି ଚାଷୀଙ୍କ ହୋ ହାଲା ଦେଖିବାକୁ ମିଳିଥିଲା ଦେଓଗାଁ ସମବାୟ ସମିତି ଠାରେ । ଏହି ଘଟଣାକୁ ନେଇ ସମବାୟ ସମିତିର ସମସ୍ତ ଷ୍ଟାପ୍ କର୍ମଚାରୀ ମାନେ ବିଶେଷ ସୂତ୍ରରୁ ଖବର ପାଇ ଅଫିସରେ ତାଲା ପକାଇ ଖସି ପଳାଇଛନ୍ତି । ସୂଚନା ମୁତାବକ ପଞ୍ଚାୟତ ର ଚାଷୀ ବାରମ୍ବାର ସମବାୟ ସମିତି କୁ ଯାଇ ତାଲା ବନ୍ଦ ଥିବା ଦେଖି ସେଠାରୁ ହତାଶ ହୋଇ ଘରକୁ ଫେରୁଛନ୍ତି ଦିନେ ଓଳିଏ ଯଦି ଖୋଲୁଛନ୍ତି ତାହା ସାର ଚଢ଼ା ରେଟରେ ଚାଷୀଙ୍କୁ ବିକୁଛନ୍ତି ସରକାର ଦେଉଥିବା ସାର ୨୬୭ ଟଙ୍କା ରେ ବିକିବାକୁ ଚାଷୀଙ୍କୁ ବିକୁଛନ୍ତି. ୩୩୦ ଟଙ୍କାରେ ଅଭିଯୋଗ ଆଣିଛନ୍ତି ପଂଚାୟତ ବାସି ଯଦି ଗୋଟିଏ ସାର ବସ୍ଥାରେ ୬୦ରୁ ୭୦ଟଙ୍କା କଳାବଜାରି କରୁଛନ୍ତି ତାହା ହଜାର ହଜାର ବସ୍ଥାରେ ବାବୁମାନେ କେତେ ରୋଜଗାର କରୁଥେବେ ତାହା ସମ୍ପାଦକ ନାମରେ ଅଭିଯୋଗ ଆଣିଛନ୍ତି ପଚାୟତର ଚାଷୀମାନେ ,ଯଦି ସମବାୟ ସମିତିର ଏଭଳି ଘଟଣାର ପରିବର୍ତ୍ତନ ନ ହୁଏ ତାହାହେଲ ଆଗାମୀ ଦିନରେ ଜୋରଜାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।


Share: