ଟିକା ନେବା ଲାଗି ଠେଲା ପେଲା,ଭୂଲି ଗଲେ ସାମାଜିକ ଦୂରତା,3 ଆହାତ

Share:

ଗଞ୍ଜାମ : 30/8/2021କୋରୋନା ର ତୃତୀୟ ଲହର କୁ ନିମନ୍ତ୍ରଣ କରୁଛି ଟିକା କେନ୍ଦ୍ର । ଲୋକେ କରୋନାରୁ ବର୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ରୁଣ୍ଡ ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା କରିନଥିବା କାରଣରୁ ଜନସାଧାରଣ ହଇରାଣ ହେବା ସହ କରୋନା ର ବାହକ ସାଜୁଛନ୍ତି । ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବାଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଲା ଥିଲା । ରୁଣ୍ଡ ହୋଇଥିବା ଲୋକଙ୍କ ଲାଗି ପାନୀୟ ଜଳ, ବାରିକେଟ ଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଯାହାରୀ ଫଳରେ ଲୋକ ମାନେ ଟିକା ନେବାଲାଗି ଆସି ସାମାଜିକ ଦୂରତାକୁ ଭୁଲି ପେଲା ଠେଲା ହୋଇ 3 ଜଣ ମହିଳା ଆହାତ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଟିକା କେନ୍ଦ୍ର ଆଗରେ ପୋଲିସ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସେପଟେ ଟିକା କେନ୍ଦ୍ରରେ ମାତ୍ର ଏକ ହଜାର ଡୋଜ ଟିକା ମହଜୁଦ ଅଛି । ଲୋକଙ୍କୁ ଟିକା ଦିଆଯାଉଛି । ଭିଡ ନିୟନ୍ତ୍ରଣ ଲାଗି ପୋଲିସ କୁ କୁହାଯାଇଛି ଏବଂ ଭିଡ ନିୟନ୍ତ୍ରଣ କରିବା ଅମାପକ୍ଷେ ସମ୍ଭବ ହେଉନାହିଁ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହିଛନ୍ତି

ରିପୋର୍ଟ -ଭଗବାନ ପାଢ଼ୀ ।


Share: