ରକ୍ତଦାନ ଶିବିର

Share:

ଶ୍ୟାମ ସୁନ୍ଦର ପଣ୍ଡା

ସୁବର୍ଣ୍ଣପୁର :କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରକୁ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଶାନ୍ତିଲତା ମିଶ୍ର, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ, କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ,ଯୁବନେତା କୃତିବାସ ମିଶ୍ର ଙ୍କ ଦ୍ୱାରା ଅନୁଷ୍ଠାନିକ ଭାବରେ ଉଦଘାଟନ ହୋଇ ସମୁଦାୟ 26 ୟୁନିଟ ରକ୍ତ ସଂଗୃହିତ ହୋଇଯାଇଛି l

ଏହି ଶିବିର ରେ ସୁକେଶ କର୍ଣ୍ଣ, ସୁବ୍ରତ କଲତା,ଭେଙ୍କଟେଶ ମହାକୁର, ଜୀବନ ପଧାନ, ସୁଜିତ ସାହୁ, ରୁପେନ ପଧାନ, ଦିନେଶ ପଧାନ, ଡୁଳେଶ୍ୱର ପଧାନ, ତୁଷାର ମହାକୁର, ସଞ୍ଜୟ ମହାକୁର, ରମେଶ ଡାଙ୍ଗ, ସମିତ ମହାକୁର, ପ୍ରାଣବନ୍ଧୁ ପଧାନ ପ୍ରମୁଖ ରକ୍ତଦାନ କରିଥିଲେ l ସୋନପୁର ରକ୍ତଭଣ୍ଡାର ର କର୍ମଚାରୀ ଡ଼. ମନୋରଞ୍ଜନ ପଣ୍ଡା, ଟିଟୁ ଭୋଇ, ଜଗତ ଦରୱାନ, ଯୁଧିଷ୍ଠିର ନାୟକ ରକ୍ତ ସଂଗ୍ରହ କରିଥିଲେ lଶିବିରରେ ଶାନ୍ତନୁ ପଧାନ, କରୁଣା କର୍ମୀ, ପ୍ରକାଶ ମହାକୁର, ସାନୁଜ ପଧାନ,ସୁଧାଂଶୁ ମେଣ୍ଡିଲି,ଲୋକେଶ ପଧାନ, ମୁନା ମହାକୁର ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ରକ୍ତଦାତା ସଙ୍ଘ ର ସଦସ୍ୟ ମନୋଜ ପଣ୍ଡା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l


Share: