ବିଡ଼ମ୍ବନା ବଞ୍ଚି ଥାଉ ଥାଉ ମୃତ୍ୟୁ, ଏକ ବର୍ଷ ଧରି ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧା
ପପୁ କୁମାର ସାହୁ ଙ୍କ ରିପୋର୍ଟ
ଢେଙ୍କାନାଳ :ରାସନ କାର୍ଡରୁ ବାଦ ପଡିଲେ ହିତାଧିକାରୀ., ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗ୍ରାମର କୁନ୍ତଳା ପଧାନ, ସ୍ୱାମୀ-ଗୌରାଙ୍ଗ ପଧାନ ବୟସ 90, ଗରିବ ପରିବାର ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନାର ପ୍ରଣୟନ କରିଛନ୍ତି, ମାତ୍ର ବିଭାଗୀୟ ଅପାରଗତା ଯୋଗୁ ଚାଉଳ ପାଇ ପାରୁନି ବୃଦ୍ଧା କୁନ୍ତଳା, ଡିଲରକୁ ପଚାରି ବୁଝିଥିଲେ ଡିଲର କହିଲେ ତାଙ୍କ ନାମ କାଟି ଦିଆଯାଇଛି l

ମାତ୍ର ବ୍ଲକକୁ ଯାଇ ବୁଝିଲେ ଯେ କୁନ୍ତଳା ପଧାନ ମୃତ୍ୟୁ ବୋଲି କଟାଯାଇଛି!ଏକ ବର୍ଷ ହେଲାଣି ରାସନ କାର୍ଡ ଚାଉଳ ହିତାଧିକାରୀକୁ ମିଳିନାହିଁ!ବର୍ତ୍ତମାନ କୁନ୍ତଳା ପଧାନ ଜୀବିତ ଥାଉ ଥାଉ ମୃତ୍ୟୁ ବୋଲି କେମିତି ହିତାଧିକାରୀ ନାମ ବାଦ ଦିଆଗଲା !
ଏହା ସାଧାରଣରେ ଚର୍ଚ୍ଚା ଚାଲିଛି!ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି ହିତାଧିକାରୀ କୁନ୍ତଳା ପଧାନ! I ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l