ଗଂଜେଇ ଚାଲାଣା ବେଳେ ଗିରଫ କଲା ଆରପିଏଫ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ପୁରୀ ଆପିଫ ଗଞ୍ଜେଇ ଚାଲାଣବେଳେ ଗିରଫ କରିଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ଆଜି ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଆରପିଏଫ ପୋଲିସ। ପୁରୀ ରେଳ ଷ୍ଟେସନରୁ ଦମ୍ପତି ସହ ଜଣେ ମହିଳାକୁ ଗିରଫ କରିଛି ଆରପିଏଫ ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ଚାରି ଲକ୍ଷ ଟଙ୍କା ବୋଲି ଆରପିଏଫ ପୋଲିସ କହିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲାର ରାଜକୁମାର ବିନ୍ଧାଣୀ, ନଳିଳୀ ବିନ୍ଧାଣୀ ଓ ସୁଲୋଚନା ବିନ୍ଧାଣୀ। ଏହି ଅଭିଯୁକ୍ତ ମାନେ ଆଜି ଧଉଳି ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ପାଇଁ ପୁରୀରୁ ମଧ୍ୟପ୍ରଦେଶର ଅଶୋକ ନଗର ଯିବା ପାଇଁ ଉଦ୍ୟମ କରୁଥିଲେ। ତେବେ ରେଳଷ୍ଟେସନ ମେନ୍ ଗେଟରେ ଜଗିଥିବା ଆରପିଏଫ ପୋଲିସର ଏହି ଅଭିଯୁକ୍ତଙ୍କ ଉପରେ ସନ୍ଦେହ ହୋଇଥିଲା। ଅଭିଯୁକ୍ତ ମାନେ ଲଗେଜ ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରିଥିବାର ପୋଲିସ ଦେଖିବାକୁ ପାଇଥିବା ବେଳେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆରପିଏଫ ଅଧିକାରୀ ଅପରେଶ ବେହେରା। ଯାତ୍ରୀଙ୍କ ସୁରକ୍ଷା ଓ ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ପୁରୀ ଆରପିଏଫ ପକ୍ଷରୁ ରେଳ ଷ୍ଟେସନରେ କଡା ଚେକିଙ୍ଗ ଜାରୀ ରହିଛି।


Share: